ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶ୍ୱ ରେକର୍ଡ; ଦେଶବିଦେଶରେ ତିଆରି କଲେ ୫୦ ବାଲି ଗଣେଶ

Published By : Bijay Swain | August 27, 2025 10:42 PM

ପୁରୀ: ବିଶ୍ୱବିଖ୍ୟାତ ଭାରତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଜର୍ମାନୀ, ଇଟାଲୀ, ରୁଷିଆ, ଜାପାନ, କାନାଡା, ଯୁକ୍ତରାଜ୍ୟ, ସ୍କଟଲ୍ୟାଣ୍ଡ ଏବଂ ଭାରତର ବିଭିନ୍ନ ସ୍ଥାନରେ ୫୦ଟି ଅନନ୍ୟ ଗଣେଶ ବାଲୁକା ଶିଳ୍ପ ନିର୍ମାଣ କରି ୱାର୍ଲଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। 

ପ୍ରତ୍ୟେକ ବାଲୁକା କଳା ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ (ଗୋ ଗ୍ରୀନ୍), ବିଶ୍ୱ ତାପନ, ଶାନ୍ତି ଓ ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସମସ୍ୟା ଉପରେ ଶକ୍ତିଶାଳୀ ସନ୍ଦେଶ ପ୍ରଦାନ କରିଛି। ଏହି ବାଲୁକା କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ସାମାଜିକ ଦାୟିତ୍ୱର ଏକ ବିଶ୍ୱବ୍ୟାପୀ ପ୍ରକାଶ ଭାବେ ପରିଗଣିତ ହୋଇଛି। 

ୱାର୍ଲଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀମତି ସୁଷମା ନରବେକର ଶ୍ରୀ ପଟ୍ଟନାୟକଙ୍କୁ ଇମେଲ ଜରିଆରେ ଅଭିନନ୍ଦନ ଜଣାଇ ଏକ ପ୍ରମାଣପତ୍ର ଏବଂ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ଯାହା ଏହାକୁ ଏକ ଐତିହାସିକ ଓ ଅତୁଳନୀୟ କଳାତ୍ମକ ଯୋଗଦାନ ଭାବେ ସ୍ୱୀକୃତି ଦେଇଛି। 

ବାଲୁକା ଶିଳ୍ପ ଜଗତରେ ଏହା ଏକ ମାଇଲଖଣ୍ଡ, ଯେଉଁଥିରେ କୌଣସି ଶିଳ୍ପୀ ଏତେ ବିସ୍ତୃତ, ସାମାଜିକ ପ୍ରଭାବୀ ଓ ଆଧ୍ୟାତ୍ମିକ ଗଣେଶ ବାଲୁକା ଶିଳ୍ପ ବିଭିନ୍ନ ଦେଶରେ ନିର୍ମାଣ କରିଛନ୍ତି। 

ଏହି ଅସାଧାରଣ ସଫଳତା ଶ୍ରୀ ପଟ୍ଟନାୟକଙ୍କୁ ଏକ ବିଶ୍ୱ ସାଂସ୍କୃତିକ ରାଜଦୂତ ଭାବେ ଆହୁରି ସୁଦୃଢ଼ କରିଛି, ଯିଏ ବାଲୁକା ମାଧ୍ୟମରେ ଏକତା, ସଚେତନତା ଓ ସ୍ଥାୟୀତ୍ୱର ସନ୍ଦେଶ ବିଶ୍ୱବ୍ୟାପୀ ପ୍ରଚାର କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.