ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଆଇପିଏଲ -୨୦୨୪ , RR VS KKR : ବର୍ଷାରେ ଧୋଇ ଗଲା ରାଜସ୍ଥାନର ଆଶା , ମ୍ୟାଚ୍‌ ବାତିଲ

ଗୌହାଟୀ – ଆଇପିଏଲ ୨୦୨୪ ସିଜନରେ ପୁଣି ଥରେ ବର୍ଷାର ଆତଙ୍କ ଦେଖିବାକୁ ମିଳିଛି। ରବିବାର (୧୯ ମେ)ରେ ଗୌହାଟୀର ବାରସାପାରା କ୍ରିକେଟ୍‌ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ (ଆରଆର) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ମୁକାବିଲା ହେବାର ଥିଲା , ଯାହା ବର୍ଷା କାରଣରୁ ଧୋଇ ଯାଇଛି।

ଏହି ମ୍ୟାଚ୍‌ ଧୋଇ ଯିବା ସହ ସଞ୍ଜୁ ସ୍ୟାମସନଙ୍କର ଅଧିନାୟକତ୍ୱରେ ରାଜସ୍ଥାନ ଟିମ୍‌ର ଆଶାରେ ନିରାଶରେ ପରିଣତ ହୋଇଛି। କହି ରଖୁଛୁ କି, ତାଙ୍କ ପାଖରେ ଏହି ମ୍ୟାଚ୍‌ ଜିତି ଦ୍ୱିତୀୟ ନମ୍ୱରରେ ଆସିବାର ସୁଯୋଗ ଥିଲା , କିନ୍ତୁ ଏବେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଟିମ୍‌ ହିଁ ନମ୍ୱର-୨ରେ ରହିବ।

ଏବେ କ୍ୱାଲିଫାୟର-୧ରେ କୋଲକାତାର ଟକ୍କର ହାଇଦ୍ରାବାଦ ଟିମ୍‌ ସହ ହେବ। ଏଥିରେ ଜିତିବା ଟିମ୍‌ ଫାଇନାଲ ଖେଳିବ। ସେପଟେ ହାରିବା ଟିମ୍‌କୁ ଦ୍ୱିତୀୟ ସୁଯୋଗ ମିଳିବ ଏବଂ ସେ କ୍ୱାଲିଫାୟର-୨ ଖେଳିବ। ରାଜସ୍ଥାନ ଟିମ୍‌କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିରୋଧରେ ଏଲିମିନେଟର ମୁକାବିଲା ଖେଳିବାର ଅଛି। ଏହି ମ୍ୟାଚ୍‌ ଜିତିବା ଟିମ୍‌ କ୍ୱାଲିଫାୟର-୨ ଖେଳିବ। ଏହାପରେ ଫାଇନାଲରେ ଏଣ୍ଟ୍ରି ମିଳିବ।

ଉଲ୍ଲେଖନୀୟ ଯେ, ଏହି ମୁକାବିଲାରେ କିଛି ସମୟ ପାଇଁ ବର୍ଷା ରୋକି ଥିଲା। ସେତେବେଳେ ୭-୭ ଓଭରରେ ମ୍ୟାଚ୍‌ ଖେଳା ଯିବାର ନିଷ୍ପତ୍ତି ନିଆଯାଇ ଥିଲା। ଏଥିପାଇଁ ଟସ୍‌ ବି ପଡ଼ିଥିଲା, ଯାହାକୁ କେକେଆର ଟିମ୍‌ର ଅଧିନାୟକ ଶ୍ରେୟସ ଆୟର ଜିତି ଥିଲେ ଏବଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପୁଣି ବର୍ଷା ଆରମ୍ଭ ହେବାରୁ ମ୍ୟାଚ୍‌ ଆଉ ହୋଇ ପାରି ନ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.