ପ୍ରମୂଖ ଖବର

IPL 2024: ଦ୍ୱିତୀୟ ପର୍ଯ୍ୟାୟ କ୍ରୀଡ଼ାସୂଚୀ ଫାଇନାଲ୍, ଘୋଷଣାକୁ ଅପେକ୍ଷା

ଚେନ୍ନାଇ,୨୪/୦୩: ଚଳିତ ଆଇପିଏଲ୍‌ର ପୂର୍ଣ୍ଣ କ୍ରୀଡ଼ାସୂଚୀ ଘୋଷଣା କରାଯାଇନାହିଁ । ଏପ୍ରିଲ  ୭ ତାରିଖ ପର୍ଯ୍ୟନ୍ତ ମୋଟ୍‌ ୨୧ଟି ମ୍ୟାଚ୍‌ର ସୂଚୀ ଘୋଷଣା କରାଯାଇଛି । ଲୋକସଭା ନିର୍ବାଚନ ତାରିଖକୁ ନଜରରେ ରଖି ବିସିସିଆଇ ପ୍ରଥମାର୍ଦ୍ଧ କ୍ରୀଡ଼ାସୂଚୀ ଘୋଷଣା କରିଥିଲା । ବର୍ତ୍ତମାନ ଦ୍ୱିତୀୟାର୍ଦ୍ଧ କ୍ରୀଡ଼ାସୂଚୀ ପ୍ରସ୍ତୁତ ହୋଇସାରିଛି । କେବଳ ଘୋଷଣା ବାକି ରହିଥିବା ଜଣାପଡ଼ିଛି । 

ମିଳିଥିବା ତଥ୍ୟ ଅନୁଯାୟୀ ଚେନ୍ନାଇର ଚିପକ ଷ୍ଟାଡ଼ିୟମ୍‌ ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ କରିବ । ଅହମ୍ମଦାବାଦରେ ଗୋଟିଏ କ୍ୱାଲିଫାୟର ଓ ଏଲିମିନେଟର ମୁକାବିଲା  ଖେଳାଯିବ । ବାକି ଚେନ୍ନାଇ ଅନ୍ୟ କ୍ୱାଲିଫାୟର ଓ  ଫାଇନାଲ୍‌ ଆୟୋଜନ କରିବ । ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳକୁ ଉଦ୍‌ଘାଟନୀ ଓ ଫାଇନାଲ୍‌  ମ୍ୟାଚ୍‌ ଆୟୋଜନର ଅଧିକାର ମିଳିଥାଏ । ଚେନ୍ନାଇ  ସୁପରକିଙ୍ଗ୍‌ସ ଗତ ବର୍ଷ ଚାମ୍ପିଅନ୍‌ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.