ନୂଆଦିଲ୍ଲୀ : ରବିବାର ଆଇପିଏଲର ୧୧ତମ ମ୍ୟାଚରେ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା । ଯେଉଁ ମ୍ୟାଚରେ ଲକ୍ଷ୍ନୌ ୫ ଓ୍ବିକେଟରେ ଜିତିଥିଲା । ଅଧିନାୟକ ପନ୍ତ ଶେଷ ପର୍ଯ୍ୟନ୍ତ ଜଗି ରଖି ଖେଳିବା ସହ ଏକ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । ଦଳ ଜିତିବା ପରେ କିନ୍ତୁ ବିବାଦରେ ଫସିଛି । ଦଳର ବୋଲର ଆଭେଶ ଖାନଙ୍କ ପାଇଁ ଏବେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ କ୍ରୀଡ଼ା ଜଗତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
ଅନ୍ତିମ ଓଭରର ପଞ୍ଚମ ବଲରେ ଉନାଦକଟଙ୍କ ବଲରେ ଏକ ଚୌକା ମାରିଥିଲେ ପନ୍ତ । ମାତ୍ର ବଲ ବାଉଣ୍ଡୁରୀ ଛୁଇଁବା ପୂର୍ବରୁ ଏହି ବଲକୁ ବ୍ୟାଟରେ ପୁଣି ବାଡ଼େଇ ଦେଇଥିଲେ ଆଭେଶ । ଯଦିଓ କୌଣସି ଫିଲ୍ଡର ସେଠାରେ ନଥିଲେ ତଥାପି ଆଭେଶଙ୍କ ଏଭଳି ଏକ ଆଚରଣକୁ ଏବେ ସବୁଠି ନିନ୍ଦା କରାଯାଉଛି । ଅନେକ ୟୁଜର୍ସ କହିଛନ୍ତି କି, ବଲ ଯଦି ସୀମାରେଖା ପାଖରେ ପହଞ୍ଚି ନଥାନ୍ତା ।
ସେପଟେ ଏହି ଘଟଣାରେ ସନରାଇଜର୍ସ ହାଇଦ୍ରାବାଦ ବିରକ୍ତିଭାବ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଏନେଇ ଦଳ ବିସିସିଆଇ ନିକଟରେ ମଧ୍ୟ ଅଭିଯୋଗ କରିପାରେ ବୋଲି ଶୁଣାଯାଉଛି । ଏହାସହ ଚଳିତ ଆଇପିଏଲରେ ଅମ୍ପାୟାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛି ହାଇଦ୍ରାବାଦ ପୂର୍ବରୁ କ୍ଲାସେନଙ୍କ କ୍ୟାଚ ଏବଂ କୋଲକାତା ବିପକ୍ଷରେ ଅଭିଶେକଙ୍କ ଆଉଟ୍ ଅମ୍ପାୟାରଙ୍କ ଉପରକୁ ଦୋଷ ଦେଇଛି ଏହି ଫ୍ରାଞ୍ଚାଇଜ୍ । ପୁଣି ଏବେ ଆଭେଶ ଖାନଙ୍କ ଆଚରଣ ଉପରେ ଅମ୍ପାୟାର କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ହାଇଦ୍ରବାଦ ବିରକ୍ତିଭାବ ପ୍ରକାଶ କରିଛି ।
ଏହାସହ ପଢ଼ନ୍ତୁ : ସାମ୍ନାକୁ ଆସିଲା ସିସିଟିଭି ଭିଡିଓ : ଜଣା ପଡ଼ିଲା କିଏ ଗେଟ୍ ଭାଙ୍ଗି ବିଧାନସଭାରେ ପଶିଥିଲା