ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ଭିତରକୁ ଗେଟ୍ ଭାଙ୍ଗି କାର ଭର୍ତ୍ତି କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଏ ଏବଂ କାହିଁକି ଏଭଳି ପଶିବା ପାଇଁ ଚେଷ୍ଟା କଲା ଏହାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ସାମ୍ନାକୁ ଆସିଲା ପ୍ରଥମ ଫଟୋ । ସିସିଟିଭି ଭିଜୁଆଲରୁ ସୁରକ୍ଷା ଭାଙ୍ଗି ବିଧାନସଭା ଭିତରେ ପ୍ରବେଶ କରିଥିବା ଯୁବକଙ୍କ ଫଟୋ ସାମ୍ନାକୁ ଆସିଛି ।
ସାମ୍ନାକୁ ଆସିଥିବା ଭିଜୁଆଲରୁ ଦେଖାଯାଇଛି କି, ଯୁବକ ଜଣକ ହାତରେ ଏକ ଫୁଲତୋଡ଼ା ଏବଂ ଗୋଟିଏ କଳା ରଙ୍ଗର ବ୍ୟାଗ ହାତରେ ଧରିଛନ୍ତି । ପ୍ରଥମେ ସନ୍ଦେହ କରାଯାଇଥିଲା କି, ଏଥିରେ କିଛି ବିସ୍ଫୋରକ ରହିଥିଲା କି ? ମାତ୍ର ଏଥିରୁ ସେମିତି କିଛି ମିଳିନାହିଁ । ସନ୍ଧିଗ୍ଧ ଯୁବକ ଜଣକ ଫୁତତୋଡ଼ା ବାଚସ୍ପତିଙ୍କ କୋଠରୀ ଆଗରେ ଛାଡ଼ି ଚାଲିଯାଇଥିବାବେଳେ ଏକ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଥିଲା ।
ସେପଟେ ସିସିଟିଭି ଆଧାରରେ ଯାଞ୍ଚ କରାଯାଇଥିବାବେଳେ ଏହି ଯୁବକଙ୍କୁ ପୁଲିସ ଜିମା ନେଇଛି । ଧରା ପଡ଼ିଥିବା ଯୁବକ ଜଣକ ହେଲେ ସରବଜିତ ସିଂହ । ରୂପନଗର ଅଞ୍ଚଳର ଏହି ଯୁବକଙ୍କୁ ଘଟଣା ଘଟିବାର ଦୁଇ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି । ତେବେ ତାଙ୍କ ଗାଡ଼ି ନମ୍ବର ଉତ୍ତରପ୍ରଦେଶର ରହିଛି । ଚିନ୍ତାର ବିଷୟ ହେଉଛି କି, ପୂର୍ବରୁ ଦିଲ୍ଲୀ ବାଚସ୍ପତିଙ୍କୁ ଇମେଲ ଯୋଗେ ଧମକ ଆସିଥିବାବେଳେ ଏବେ ତାଙ୍କ କଠୋରୀ ଆଗରେ ଫୁଲତୋଡ଼ା ରଖାଯାଇଥିଲା ।
ଅଧିକ ପଢ଼ନ୍ତୁ : ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ : ଗେଟ୍ ଭାଙ୍ଗି ଦିଲ୍ଲୀ ବିଧାନସଭା ଭିତରେ ପଶିଲା ଅଜଣା କାର
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତେ ସିଆରପିଏଫ ଜବାବ ରହିଥିଲେ ମଧ୍ୟ ବିଧାନସଭା ଭିତରକୁ କାରକେଡ୍ ଭାଙ୍ଗି ପଶିବା କିଛି ସହଜ କଥା ନୁହେଁ । ଯଦି ସେ କିଛି ଅଘଟଣ ଘଟାଇଥାନ୍ତେ ତାହେଲେ କିଏ ଦାୟୀ ରହିଥାଆନ୍ତେ ବୋଲି ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି । ଏବେ ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।
ଏହାସହ ପଢ଼ନ୍ତୁ : ହୋମଟାଉନରେ ପତ୍ନୀଙ୍କ ସହ IIT ବାବା, ଲୋକେ କହିଲେ...