ନୂଆଦିଲ୍ଲୀ,୧୮/୦୫: ଏମଏସ୍ ଧୋନି । ଏହି ନାମ ହିଁ କାଫି । ମହେନ୍ଦ୍ର ସିଂହ ଧୋନି କେବଳ ଜଣେ ଖେଳାଳି ନୁହଁନ୍ତି ଜଣେ ଇମୋସନ୍ । ଗ୍ରାଉଣ୍ଡରେ ତାଙ୍କର ଟିକେ ଝଲକ ଦେଖିବାକୁ ଚାହିଁ ରହିଥାନ୍ତି ଫ୍ୟାନ୍ସ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବର୍ତ୍ତମାନ ଧୋନି କେବଳ ଆଇପିଏଲ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ୫ଥର ଆଇପିଏଲ ଟ୍ରଫି ଜିତିଛି ଚେନ୍ନାଇ ସୁପରକିଙ୍ଗସ । ଚଳିତ ଆଇପିଏଲ ଆରମ୍ଭରୁ ଆହତ ହୋଇଥିଲେ ଧୋନି । ଆଇପିଏଲ୍ ସରିବାକୁ ବସିଲାଣି ହେଲେ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି ଏମଏସଡି । ପ୍ରଶଂସକ ଚାତକ ପରି ଚାହିଁଛନ୍ତି ହେଲେ ଧୋନି ମୈଦାନକୁ ଓହ୍ଲାଇ ନାହାନ୍ତି । ଆଜି ଚେନ୍ନାଇ ତାର ହୋମ୍ ଗ୍ରାଉଣ୍ଡ ଚେପକରେ ଶେଷ ଲିଗ୍ ମ୍ୟାଚ ଖେଳିବ । ଚର୍ଚ୍ଚା ହେଉଛି ଆଜି ଧୋନି ଖେଳିବେ । ଆଉ ଏହା ତାଙ୍କର ଶେଷ ଆଇପିଏଲ ମ୍ୟାଚ ଖେଳିବେ । ଆଜି ହିଁ ଅବସର ଘୋଷଣା କରିବେ ଧୋନି । କଣ ଆଉ ହଳଦିଆ ଜର୍ସିରେ ନଜର ଆସିବେ ନାହିଁ ଧୋନି ? ଏସଆରଏଚ୍ ବିପକ୍ଷ ମ୍ୟାଚ୍ କ’ଣ ଧୋନିଙ୍କ ଶେଷ ମ୍ୟାଚ୍ ହେବ ? ଏପର୍ଯ୍ୟନ୍ତ ଏ ବିଷୟରେ  କିଛି ଆଧିକାରିକ ସୂଚନା ମିଳିନାହିଁ । ତେବେ ଯଦି ଧୋନି ଆଜି ମ୍ୟାଚ୍ ଖେଳୁଛନ୍ତି ତାଙ୍କ ଫ୍ୟାନ୍ସ ଖୁସି ହେବେ । ଯଦି ସେ ଅବସର ନିଅନ୍ତି ତେବେ ଦୁଃଖୀ ବି ହେବେ ।

୨୦୨୧ରେ ଯାହା କହିଥିଲେ ତାକୁ ସତ କରିବେ... ଧୋନି ତାଙ୍କ ଅବସର ବାବଦରେ କହିଥିଲା କଥାକୁ ୫ ବର୍ଷ ବିତିଗଲାଣି । ଧୋନି ଚେନ୍ନାଇରେ ତାଙ୍କର ଶେଷ ଆଇପିଏଲ ମ୍ୟାଚ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଏବଂ ସେହି ସମୟ ଆସିଯାଇଛି । ଆଇପିଏଲ ୨୦୨୬ରେ ଆଜି ଚେନ୍ନାଇ ବନାମ ହାଇଦ୍ରାବାଦ ଚେନ୍ନାଇର ହୋମଗ୍ରାଉଣ୍ଡ ଚେପକ ଷ୍ଟାଡିୟମରେ ଖେଳିବ । ଚେନ୍ନାଇ ସୁପର କିଙ୍ଗ୍ସର ଥାଲା ପାଇଁ କ’ଣ ତାଙ୍କର ୨୦୨୧ କଥାକୁ ସତ କରିବାର ସମୟ ଆସିଛି  ? ଧୋନି କହିଥିଲେ ଯେ,  ସେ ଜାଣି ନାହାଁନ୍ତି ଏହା ଆଗାମୀ ବର୍ଷ କିମ୍ବା ପାଞ୍ଚ ବର୍ଷରେ କଣ ହେବ, କିନ୍ତୁ ସେ ଚେନ୍ନାଇରେ ତାଙ୍କର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବାକୁ ଆଶା କରିଥିଲେ । ଏହି ମ୍ୟାଚ ପରେ ଧୋନି କ’ଣ ଆଇପିଏଲରୁ ଅବସର ନେବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

​​​​​​​CSK vs SRH ମ୍ୟାଚ୍ ପୂର୍ବରୁ ଚେନ୍ନାଇରେ ପ୍ରାକ୍ଟିସ୍‌-  ଧୋନି ତାଙ୍କର ଅବସର ଘୋଷଣା କରିବାର ଠିକ୍ ୫ ବର୍ଷ ବିତିଗଲାଣି । ଏହି ମ୍ୟାଚ୍ ଚେନ୍ନାଇରେ ହେବାକୁ ଯାଉଛି, ଯାହା ଚଳିତ ସିଜନରେ ସିଏସକେର ଘରୋଇ ଗ୍ରାଉଣ୍ଡ ଚେପକରେ ଶେଷ ମ୍ୟାଚ୍ ହେବ । ଏସଆରଏଚ ବିପକ୍ଷ ମ୍ୟାଚ୍ ପୂର୍ବରୁ ଧୋନିଙ୍କୁ ନେଟ୍ସରେ ପ୍ରାକ୍ଟିସ୍ କରୁଥିବାର ମଧ୍ୟ ଦେଖାଯାଇଥିଲା । ଏହି ସମସ୍ତ ପରିବର୍ତ୍ତନଶୀଳ ଗତିବିଧି ତାଙ୍କର ଅବସର ନିଷ୍ପତ୍ତିକୁ ଇଙ୍ଗିତ କରୁଛି ।
​​​​​​

ଏହା ବି ପଢନ୍ତୁ...IPL 2026: ଆଜି ହାଇଦ୍ରାବାଦ - ଚେନ୍ନାଇ ମଧ୍ୟ ହାଇଭୋଲଟେଜ୍ ଟକ୍କର, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ଋତୁରାଜ ବାହିନୀ  

ଧୋନିଙ୍କ ଅବସର ନେଇ କୈଫଙ୍କ ଆଶଙ୍କା- ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ ଧୋନିଙ୍କ ଅବସର ନେଇ ଗୁଜବ ପ୍ରସାରିତ ହୋଇଛି । ଏପରିକି ପ୍ରମୁଖ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ଏହା ତାଙ୍କର ଶେଷ ସିଜିନ୍ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଏବଂ ଧୋନିଙ୍କ ସାଥୀ ଖେଳାଳି ମହମ୍ମଦ କୈଫ୍ ଏକ ସାକ୍ଷାତକାରରେ କହିଥିଲେ ଯେ ମେ ୧୮ ତାରିଖରେ ଚେନ୍ନାଇରେ ହେବାକୁ ଥିବା ସିଏସକେ ମ୍ୟାଚ୍ ଧୋନିଙ୍କ ଶେଷ ମ୍ୟାଚ୍ ହୋଇପାରେ । ଏହି ମ୍ୟାଚ୍ ଧୋନି ଖେଳିବେ ଏବଂ ଖେଳିବା ପରେ ଅବସର ନେବେ ବୋଲି କହିଥିଲେ ମହମ୍ମଦ କୈଫ । 

ସେପଟେ ପୂର୍ବତନ ଚେନ୍ନାଇ ପ୍ଲେୟାର ସୁରେଶ ରାଇନା ଚେନ୍ନାଇ ପହଞ୍ଚିବା ପରେ ଧୋନିଙ୍କ ଅବସର ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସିଏସକେ ବନାମ ଏସଆରଏଚ୍ ମ୍ୟାଚ୍ ପୂର୍ବରୁ ଧୋନିଙ୍କ କ୍ଲୋଜ୍ ଚେନ୍ନାଇରେ ପହଞ୍ଚିଥିବା ଖବର ରହିଛି । ସେହି ସ୍ମରଣୀୟ ମୁହୂର୍ତ୍ତର ଅଂଶ ହେବା ପାଇଁ ସୁରେଶ ରାଇନା ଚେନ୍ନାଇରେ ପହଞ୍ଚିଥିବା ଜଣାପଡ଼ିଛି । ଫଳରେ ଧୋନି ଚେନ୍ନାଇରେ ସିଏସକେ ବନାମ ଏସଆରଏଚ୍ ମ୍ୟାଚ୍ ଖେଳିବେ ଏବଂ ଆଇପିଏଲରୁ ଅବସର ନେବାର ଗୁଜବ ଜୋର ଧରିଛି ।