ନୂଆଦିଲ୍ଲୀ,୧୨/୦୪; ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ମ୍ୟାଚ ହାରିବା ପରେ ଶେଷ ଚେନ୍ନାଇ ପ୍ରଶଂସକ ଶନିବାର ରାତିରେ ଶାନ୍ତିର ନିଦରେ ଶୋଇଥିବେ । କାରଣ ଚଳିତ ଆଇପିଏଲ ସିଜିନରେ ଖାତା ଖୋଲିଛି ୫ ଥରର ଚାମ୍ପିଅନ ଚେନ୍ନାଇ । ଚିପକରେ ଦିଲ୍ଲୀକୁ ୨୩ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ସିଏସକେ । ଏହି ମ୍ୟାଚରେ ସଞ୍ଜୁ ସ୍ପେସାଲ ଦେଖିବାକୁ ମିଳିଥିଲା । ସେ ସିଜିନରେ ପ୍ରଥମ ପ୍ଲେୟାର ଭାବେ ଶତକ ହାସଲ କରିଛନ୍ତି । ଏହା ସହିତ ୧୯ ବର୍ଷ କମ ବିଶ୍ୱକପ ବିଜେତା ଅଧିନାୟକ ଆୟୂଷ ମାହାତ୍ରେ ବି ଦମଦାର ପାଳି ଖେଳିଛନ୍ତି । ୩୬ଟି ବଲରେ ୩ଟି ଚୌକା ଏବଂ ୪ ଛକା ସହ ୫୯ ରନ କରିଥିଲେ । ହେଲେ ସେ ରିଟାୟର୍ଡ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ତାଙ୍କ ସ୍ଥାନରେ ଶିବମ ଦୁବେ ମୈଦାନକୁ ଓହ୍ଲାଇଥିଲେ । ତେବେ ତାଙ୍କୁ କାହିଁକି ରିଟାୟର୍ଡ ଆଉଟ୍ କରାଯାଇଥିଲା । ସିଏସକେର ଏହି ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିଛି । ଖାଲି ସେତିକି ନୁହେଁ ଏହି ନିଷ୍ପତ୍ତି ଏକ ଦଳରେ ଏକ ନୈରାଶ୍ୟଜନକ ରେକର୍ଡ ଯୋଡିଛି ।

ଆୟୂଷ ମହାତ୍ରେ  ଭଲ ବ୍ୟାଟିଂ କରୁଥିଲେ, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ପରିଚାଳନା ତାଙ୍କୁ ରିଟାୟାର୍ଡ ଆଉଟ୍ କରିବାକୁ ନିଷ୍ପତ୍ତି ନେଇଥିଲା । ତାଙ୍କ ସ୍ଥାନରେ ଶିବମ୍ ଦୁବେ ବ୍ୟାଟିଂ କରିବାକୁ ଆସିଥିଲେ, ଶେଷ ଓଭରରେ ୧୦ ବଲରୁ ୨୦ ରନ୍ କରିଥିଲେ । ମହାତ୍ରେ ଅର୍ଦ୍ଧଶତକ ହାସଲ କରିସାରିଥିଲେ, କିନ୍ତୁ ତାଙ୍କୁ ରିଟାୟାର୍ଡ ଆଉଟ୍ କରିବା ନିଷ୍ପତ୍ତିରେ ପ୍ରଶଂସକମାନେ କ୍ରୋଧ ପ୍ରକାଶ କରିଛନ୍ତି । ସାଧାରଣତଃ, ଜଣେ ଖେଳାଳି ଯେତେବେଳେ ରନ କରିପାରୁନାହାଁନ୍ତି ସେତେବେଳେ ତାଙ୍କୁ ରିଟାୟାର୍ଡ ଆଉଟ୍ କରାଯାଏ । ମହାତ୍ରେ ୩୬ ବଲରେ ୫୯ ରନ୍ କରିସାରିଥିଲେ । ତଥାପି, ସେ ରିଟାୟାର୍ଡ ଆଉଟ୍ ହେବା ପୂର୍ବରୁ ଶେଷ ତିନି କିମ୍ବା ୪ ବଲରେ କେବଳ ସିଙ୍ଗଲ୍ସ କରିପାରିଥିଲେ ।  ୧୮ତମ ଓଭରରେ ତାଙ୍କୁ ଅବସର ନେବାକୁ ବାଧ୍ୟ ହୋଇଥିଲେ ।

ଏହା ବି ପଢନ୍ତୁ...ଦିଲ୍ଲୀକୁ ୨୩ ରନରେ ହରାଇ ବିଜୟ ଖାତା ଖୋଲିଲା ଚେନ୍ନାଇ ସୁପରକିଙ୍ଗ୍ସ  

ଏହି ଲିଷ୍ଟରେ ଆୟୂଷ ମାହାତ୍ରେ-  ରିଟାୟର୍ଡ ଆଉଟ୍ ହେବା ପରେ ଆୟୂଷ ଏହି ତାଲିକାରେ ଯୋଡି ହୋଇଛନ୍ତି । ଆୟୁଷ ଏବେ ଆଇପିଏଲରେ ଅବସର ନେଇଥିବା କିଛି ବଛା ବଛା ଖେଳାଳିଙ୍କ ତାଲିକାରେ ଯୋଗ ଦେଇଛନ୍ତି । ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନ, ଅଥର୍ବ ତାଏଡେ, ସାଇ ସୁଦର୍ଶନ, ତିଲକ ବର୍ମା ଏବଂ ଡେଭନ କନୱେ ସାମିଲ ଅଛନ୍ତି ।

​​​​​​​​​​​​​​

ସଞ୍ଜୁ ସାମସନଙ୍କୁ ଯିବାର ଥିଲା-  ଆୟଷ ମହାତ୍ରେ ରିଟାୟର୍ଡ ଆଉଟ୍ ହେବା ପୂର୍ବରୁ, ସଞ୍ଜୁ ସାମସନ ବହୁତ ପ୍ରଭାବଶାଳୀ ସଟ୍ ଖେଳି ନଥିଲେ । ଗୋଟିଏ ସମୟରେ, ସେ ୪୨ ବଲରୁ ୮୯ ରନ୍ କରିଥିଲେ, କିନ୍ତୁ ସେଠାରୁ ସେ ତାଙ୍କର ଶତକ ପୂରଣ କରିବା ପୂର୍ବରୁ ୧୦ ବଲ୍ ନଷ୍ଟ କରିଥିଲେ । ଏହି ସମୟରେ, ଆୟୁଷ ମହାତ୍ରେଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ୍ ଦୁବେ ୧୦ ବଲରୁ ୨୦ ରନ୍ କରିଥିଲେ । ସଞ୍ଜୁ ସାମସନ ବହୁତ କ୍ଳାନ୍ତ ଦେଖାଯାଉଥିବାରୁ ମହାତ୍ରେଙ୍କ ବଦଳରେ ତାଙ୍କୁ ଅବସର ଦେବା କ'ଣ ଠିକ୍ ନିଷ୍ପତ୍ତି ହୋଇଥାନ୍ତା, କିନ୍ତୁ ଶତକ ପାଖାପାଖି ଥିବାରୁ ସାମସନଙ୍କୁ ଆଉଟ୍ କରାଯାଇ ନ ଥିଲା ।