ନୂଆଦିଲ୍ଲୀ : ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ବିଜୟ । ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ହରାଇଲା ସିଏସକେ । ୨୧୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦିଲ୍ଲୀ ୧୮୯ ରନରେ ଅଲଆଉଟ୍ ହୋଇଛି । ଷ୍ଟବ୍ସଙ୍କ ଅର୍ଦ୍ଧଶତକୀୟ ପାଳି ପରେ ମଧ୍ୟ ଦିଲ୍ଲୀ ପରାଜୟ ବରଣ କରିଛି । ଷ୍ଟବ୍ସ ୩୮ ବଲରୁ ୬୦ ରନ୍ କରିଛନ୍ତି । ସେ ଦଳର ଏକମାତ୍ର ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେପଟେ ଚେନ୍ନାଇ ପକ୍ଷରୁ ଓଭରଟନ୍ ସର୍ବାଧିକ ୪ ଓ୍ବିକେଟ ଅକ୍ତିଆର କରିଥିବାବେଳେ କମ୍ବୁଜ ୩ ଏବଂ ଗୁରପିତ ସିଂହ, ନୂର ଅହମ୍ମଦ ଏବଂ ଖଲିଲ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।
୨୧୩ ରନରକୁ ପିଛା କରୁଥିବା ଦିଲ୍ଲୀ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ଦୁଇ ଓପନର କେ.ଏଲ ରାହୁଲ ଏବଂ ନିଶାଙ୍କ ବଡ଼ ସଟ୍ ଖେଳିଥିଲେ । ରାହୁଲ ୧୦ ବଲରୁ ୧୮ ରନ୍ କରିଥିବାବେଳେ ନିଶାଙ୍କ ୨୪ ବଲରୁ ୪୧ ରନ୍ କରିଥିଲେ । ପରେ ଦଳର ବାକି ଖେଳାଳି ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ସମୀର ରିଜଭି ୬, ଅକ୍ଷର ପଟେଲ ୧, ମିଲର ୧୭ ଏବଂ ଆଶୁତୋଷ ଶର୍ମା ୧୯ ରନ୍ ପରିପାରିଥିଲେ ।
ଟସ୍ ଜିତି ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ସିଏସକେକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା । ୨ ଓ୍ବିକେଟ୍ ବିନିମୟରେ ୨୧୨ ରନର କରିବାରେ ସକ୍ଷମକରିଥିଲା ଚେନ୍ନାଇ ।ସଞ୍ଜୁ ସାମସନ ୫୬ ବଲରୁ ୧୧୫ରନ୍ କରିଥିବାବେଳେ ସାଥୀ ଖେଳାଳି ଆୟୂଷ ମାହତ୍ରେ ୩୬ ବଲରୁ୫୯ ରନ କରି ରିଟାର୍ଡ ଆଉଟ୍ ହୋଇ ପାଭିଲିନ ଫେରିଥିଲେ ।
ଦଳର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ୧୮ ବଲରୁ ୧୫ ରନ୍ ଆଉଟ୍ ହୋଇଥିଲେ । ପରେ ସଞ୍ଜୁ ଏବଂ ଆୟୂଷ ମାହତ୍ରେ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ସଞ୍ଜୁ ଶତକ ଏବଂ ଆୟୂଷ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ପରେ ଶିଭମ ଦୁବେ ବ୍ୟାଟିଂ ପାଇଁ ଆସିଥିବାବେଳେ ସେ ୧୦ ବଲରୁ ରନ୍ କରିଛନ୍ତି ।ସେପଟେ ଦିଲ୍ଲୀ ପକ୍ଷରୁ ଅଧିନାୟକ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି । ବାକି ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ବାକି ବୋଲରମାନେ ଓ୍ବିକେଟ୍ ଲେସ୍ ଯାଇଥିଲେ।
ଏହାସହ ପଢ଼ନ୍ତୁ : ହାର୍ଟ ଆଟାକ୍ ନୁହେଁ ଇନଫେକ୍ସନ : ଆଶା ଭୋସଲେଙ୍କ ନାତୁଣୀ ଦେଲେ ବଡ଼ ସୂଚନା