ନୂଆଦିଲ୍ଲୀ : ଆଇପିଏଲ ଇତିହାସରେ ୩ଥର ଚାମ୍ପିୟନ ହୋଇଥିବା ଦଳ କୋଲକାତା ନାଇଟ ରାଇଡର୍ସ ଚତୁର୍ଥଥର ଟ୍ରଫି ହାତେଇବା ଲକ୍ଷ୍ୟରେ ମଇାଦନକୁ ଓହ୍ଲାଇବ । ୨୦୧୨,୨୦୧୪ ଏବଂ ୨୦୧୪ ସିଜିନରେ ଟ୍ରଫି ହାତେଇଛି କେକେଆର । ତେବେ ଚଳିତ ସିଜିନରେ ପ୍ରମୁଖ ଦାବିଦାର ଭାବେ ମଇଦାନକକୁ ଓହ୍ଲାଇବାକୁ ଯାଉଛି କୋଲାକାତା ନାଇଟ୍ ରାଇଡର୍ସ । ଅକ୍ସନ ସମୟରୁ ଖେଳାଳି କିଣାକୁ ନେଇ ଚର୍ଚ୍ଚାରେ ରହିଥିବା କେକେଆର ଦଳର ସଦସ୍ୟ ରହିଥିବା ଖେଳାଳିଙ୍କ ନିକଟରେ ଯାଇଥିବା ଟି-୨୦ ବିଶ୍ବକପରେ ନିଜ ଦଳ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେବେ ଦଳର ୫ଜଣ ଖେଳାଳି ଯଦି ଚମକିବେ ତାହେଲେ ଟ୍ରଫି ପୁଣି ଘରକୁ ଆସିବ ବୋଲି ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି । ଆସନ୍ତୁ କେକେଆରର ୫ ଅସ୍ତ୍ର...
ଫିନ୍ ଆଲେନ୍
ଟି-୨୦ ବିଶ୍ବକପ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣଆଫ୍ରିକା ବିପକ୍ଷରେ ବିସ୍ଫୋରଣ କରିଥିବା ଫିନ୍ ଆଲେନଙ୍କ ଉପରେ ଦଳର ଅଧିକ ଭରସା ରହିବ । ସେ ଯେଭଳି ଭାବେ ଛକା-ଚୌକା ବର୍ଷା କରି ସେମିଫାଇନାଲରେ ମାତ୍ର ୩୩ ବଲରୁ ଶତକ ହାସଲ କରିଥିଲେ କେକେଆର ତାଙ୍କଠାରୁ ବଡ଼ ପାଳି ଆଶା କରିଛି । ସବୁବେଳେ ଓପନିଂ ପାଇଁ ଚିନ୍ତାରେ ରହିଥିବାବେଳେ ଦଳ ପାଇଁ ମୁଖ୍ୟ ଅସ୍ତ୍ର ପାଲଟିବେ ଫିନ୍ ଆଲେନ । ଟି-୨୦ରେ ସେ ୬ଟି ଶତକ ହାସଲ କରିଥିବାବେଳେ ଦଳ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଯଦି ଚମକିଲେ ଦଳ ବିଶାଳ ସ୍କୋର ଛିଡ଼ା କରିବ ଏଥିରେ କୌଣସି ସନ୍ଦେହ ନାହିଁ ।
କେମରୁନ୍ ଗ୍ରୀନ୍
ଦ୍ବିତୀୟ ଅସ୍ତ୍ର ହେବେ ଅଲରାଉଣ୍ଡର କେମରୁନ୍ ଗ୍ରୀନ୍ । ବ୍ୟାଟିଂ ସାଙ୍ଗକୁ ବୋଲିଂ କରିବାର ଦକ୍ଷତା ରଖିଥିବା ଗ୍ରୀନ୍ ପୂର୍ବରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁ ପକ୍ଷରୁ ଖେଳି ନିଜର ଫ୍ୟାନ୍ସ ବନାଇସାରିଛନ୍ତି । କୋଲକାତା ମହଙ୍ଗା ଖେଳାଳିଭାବେ ୨୫.୨୦ କୋଟି ଟଙ୍କାରେ ଦଳରେ ସାମିଲ୍ କରିଛି ।
ସୁନୀଲ ନାରାୟଣ
କାରବିୟାନ ଅଲରାଉଣ୍ଡର କେକେଆରକୁ ଏକାକି ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତାଙ୍କ ଉପରେ ଫ୍ରାଞ୍ଚାଇଜର ଅଗାଢ଼ ବିଶ୍ବାସ ରହିଛି । ଥରେ ତାଙ୍କ ସ୍ପିନ କାମ କଲେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ମଧ୍ୟ ଧରାଶାୟୀ ହୋଇଥାନ୍ତି । ଏହାସହ ସେ କିଛି ମ୍ୟାଚରେ ଓପନିଂ ଆସି ବଡ଼ ବଡ଼ ସଟ୍ ଖେଳିବାର ଦକ୍ଷତା ପୂର୍ବରୁ ଦେଖାଇସାରିଛନ୍ତି । ୧୨ କୋଟି ଟଙ୍କାରେ କେକେଆର ତାଙ୍କୁ ଦଳରେ ରଖିଛି ।
ବରୁଣ ଚକ୍ରବର୍ତ୍ତୀ
ମିଷ୍ଟ୍ରି ସ୍ପିନର ଭାବେ ଜଣାଶୁଣା ବରୁଣ ଚକ୍ରବର୍ତ୍ତୀଙ୍କ ଗୁଗଲି ବ୍ୟାଟ୍ସମ୍ୟାନଙ୍କ ଧରାଶାୟୀ କରିଥାଏ । କେକେଆରରୁ ଟିମ୍ ଇଣ୍ଡିଆରେ ସ୍ତାନ ପାଇଥିବା ବରୁଣଙ୍କ ଉପରେ ଦଳ ଅନେକ ଭରସା ରଖିଥିବାବେଳେ ନାରାୟଣଙ୍କ ସହ ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇବେ । ସେ ମଧ୍ୟ ୧୨ କୋଟି ଟଙ୍କାରେ କେକେଆର ଦଳରେ ରହିଛନ୍ତି ।
ମଥିସ୍ ପଥିରାନା
ପୂର୍ବରୁ ସିଏସକେର ବୋଲିଂର ମୁଖ୍ୟ ଅସ୍ତ୍ର ପଥିରାନାଙ୍କୁ ଦଳରେ ସାମିଲ କରିଥିବା କେକେଆର ଏଥରକ ଦ୍ରୁତ ବୋଲିଂର ନେତୃତ୍ବ ପଥିରାନାଙ୍କ ଉପରେ ଛାଡ଼ିବ । ଯଦିଓ ସେ ଟି-୨୦ ବିଶ୍ବପ ସମୟରେ ଆହତ କାରଣରୁ ବିଶ୍ରାମ ନେଉଛନ୍ତି ତଥାପି ବୋଲିଂରେ ସେ ଦଳର ମୁଖ୍ୟ ଅସ୍ତ୍ର ଭାବେ ମଇଦାନକୁ ଓହ୍ଲାଇବେ ।
ଏହାସହ ପଢ଼ନ୍ତୁ : କିଏ ଏହି ଖେଳାଳି ? ଆଇପିଏଲରେ ୫ ଥର ଟ୍ରଫି ଜିତାଇଥିବା ରୋହିତ-ଧୋନୀଙ୍କୁ ଅଧିନାୟକତ୍ବରେ ପକାଇଛନ୍ତି ପଛରେ...