ନୂଆଦିଲ୍ଲୀ : ଆଇପିଏଲ ୨୦୨୬କୁ ଚାହିଁ ବସିଛନ୍ତି କ୍ରୀଡ଼ାପ୍ରେମୀ । ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ୧୯ତମ ସିଜିନ୍ । ୧୦ ଦଳକୁ ନେଇ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆରମ୍ଭ ହେବାକୁ ଯାଉଛି । ତେବେ ଆଇପିଏଲ ନାଁ ଆସିଲେ ଧୋନୀ ଏବଂ ରୋହିତଙ୍କ ନାଁ ସବୁବେଳେ ଆଗରେ ଆସିଥାଏ । କାରଣ ଏହି ଦୁଇ ପ୍ରତିଭାବାନ ଭାରତୀୟ କ୍ରିକେଟରଙ୍କ ଅଧିନାୟକତ୍ବରେ ୫ଥର ଲେଖାଏଁ ଟ୍ରଫି ଜିତିଥିବାର ରେକର୍ଡ ରହିଛି । ଏମିତିକି ଅନେକ ସମୟରେ ଉଭୟ ଦଳର ଫ୍ୟାନ୍ସଙ୍କ ମଧ୍ୟରେ ଟ୍ରଫିକୁ ନେଇ କଥାକଟି ପରିସ୍ଥିତି ସୃଷ୍ଟିହୁଏ । କିନ୍ତୁ ଏହି ସଫଳ ଅଧିନାୟକଙ୍କ ପଛରେ ପକାଇଛନ୍ତି ଅନ୍ୟଜଣେ ଅଧିନାୟକ । ଯାହାଙ୍କ ଅଧିନାୟକତ୍ବରେ ମ୍ୟାଚ ବିଜୟର ପ୍ରତିଶତ ଅଧିକ ରହିଛି । ଯାହାଙ୍କଠାରୁ ପଛରେ ରହିଛନ୍ତି ଧୋନୀ ଏବଂ ରୋହିତ ।
ତେବେ ଏହି ଖେଳାଳି ଜଣକ ହେଉଛନ୍ତି ଶ୍ରେୟସ ଆୟାର । ଯିଏକି କୋଲକାତାକୁ ଚାମ୍ପିୟନ କରାଇଛନ୍ତି । ତାଙ୍କ ଅଧିନାୟକତ୍ବରେ କେକେଆର ଟ୍ରଫି ଜିତିଥିବାବେଳେ ଏବେ ସେ ପଞ୍ଜାବ କିଙ୍ଗ୍ସର ଅଧିନାୟକଭାବେ କାର୍ଯ୍ୟ କରୁଛନ୍ତି । ଗତ ସିଜିନରେ ତାଙ୍କ ଅଧିନାୟକତ୍ବରେ ପଞ୍ଜାବ ଫାଇନାଲ ମୁକାବିଲା ମଧ୍ୟ ଖେଳିଛି । ତେବେ ସେ ତିନୋଟି ଫ୍ରାଞ୍ଚାଇଜର ଅଧିନାୟକ ପଦ ସମ୍ଭାଳିଥିବାବେଳେ ତିନୋଟି ଯା ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି । ଯେଉଁ କାରଣରୁ ଅଭିଜ୍ଞ ଅଧିନାୟକଙ୍କ ତୁଳନାରେ ତାଙ୍କର ବିଜୟ ପ୍ରତିଶତ ଅଧିକ ରହିଛି । ଶ୍ରେୟସ ୮୭ ମ୍ୟାଚରେ ଅଧିନାୟକତ୍ବ କରିଥିବାବେଳେ ୫୦ଟି ବିଜୟୀ ହୋଇଛନ୍ତି । ୩୫ ମ୍ୟାଚରେ ହାରିଥିବାବେଳେ ୨ଟି ମ୍ୟାଚ୍ ଡ୍ର ହୋଇଛି । ତେବେ ଶ୍ରେୟସଙ୍କ ଅଧିନାୟକତ୍ବରେ ବିଜୟ ହାର ୫୮.୮୨ ପ୍ରତିଶତ ।
୫୦ରୁ ଅଧିକ ମ୍ୟାଚରେ ଅଧିନାୟକତ୍ବ କରିଥିବା ଖେଳାଳିଙ୍କୁ ଏହି ବିଜୟ ହାର ପ୍ରସ୍ତୁତ ହୋଇଛି । ଯେଉଁଥିରେ ଶ୍ରେୟସ ଆଗରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଧୋନୀ । ସେ ୫୮.୬ ପ୍ରତିଶତ ସହ ରହିଥିବାବେଳେ ରୋହିତଙ୍କ ବିଜୟ ହାର ରହିଛି ୫୮.୩୨ । ସେପଟେ ଚତୁର୍ଥ ସ୍ଥାନରେ ରହିଛନ୍ତି ସେନ୍ ଓ୍ବର୍ଣ୍ଣ । ସେ ହାଇଦ୍ରାବାଦ ପାଇଁ ଅଧିନାୟକଭାବେ ଖେଳି କପ ମଧ୍ୟ ଜିତାଇଛନ୍ତି । ତାଙ୍କର ବିଜୟ ହାର ରହିଛି ୫୬.୩୬ । ତେବେ ଏହି ସିଜିନରେ ଆୟର ଆହୁରି ଭଲ ରେକର୍ଡ କରିବେ ବୋଲି ଆଶା କରାଯାଇଛି । ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରଥମେ ଅଧିନାୟକ ଦାୟିତ୍ବ ନେବା ସହ ଫାଇନାଲରେ ପହଞ୍ଚାଇଥିଲେ ।
ଏହାସହ ପଢ଼ନ୍ତୁ : ୧୪ ବର୍ଷୀୟା ନାବାଳିକାଙ୍କ ଅପହରଣ କାହାଣୀ, ଧରିବା ପରେ ଆଶ୍ଚର୍ଯ୍ୟ ହେଲା ପୁଲିସ