ଜାତିସଂଘ, ୩୦/୦୪ : ଆମେରିକା ‘ସମୁଦ୍ର ଡକାୟତ’। ଆମେରିକା ନାଁରେ ଇରାନର ସାଙ୍ଘାତିକ ଅଭିଯୋଗ। ୨ ଜାହାଜକୁ ଜବତ କରି ଟ୍ରମ୍ପ ୩୮ ଲକ୍ଷ ବ୍ୟାରେଲ ତେଲ ହଡ଼ପ କରିଛନ୍ତି। ୱାଶିଂଟନ୍ ବିରୋଧରେ ତେହରାନ ଜାତିସଙ୍ଘର ଦ୍ଵାରସ୍ଥ ହୋଇଛି । 

ଆହୁରି ପଢନ୍ତୁ'ଆମେ ନ ଥିଲେ ଆମେରିକୀୟ ଫ୍ରେଞ୍ଚ ଭାଷା କହୁଥାନ୍ତେ,' ଟ୍ରମ୍ପଙ୍କୁ କିଙ୍ଗ ଚାର୍ଲସଙ୍କ କଟାକ୍ଷ

ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଅମିର ସଇଦ୍‌ ଇରାଭାନି କହିଛନ୍ତି, ଆମେରିକା ‘ସମୁଦ୍ର ଡକାୟତ’ ଭଳି ଏହାର ଜାହାଜକୁ ଜବତ କରିଛି। ମାଜେଷ୍ଟିକ୍‌ ଏବଂ ଟିଫନି ନାମକ ଜାହାଜକୁ ଆମେରିକା ଜବତ କରି ସେଥିରେ ଥିବା ପ୍ରାୟ ୩୮ ଲକ୍ଷ ବ୍ୟାରେଲ ତେଲକୁ କବ୍‌ଜା କରିଛି । ଏହା ବେଆଇନ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟରେ ଦଖଲ। ଆମେରିକାର ଏହି କାର୍ଯ୍ୟ ଜାତିସଙ୍ଘ ଚାର୍ଟର, ଅନ୍ତର୍ଜାତୀୟ ଆଇନ ଏବଂ ସମୁଦ୍ର ସହ ଜଡ଼ିତ ଆଇନର ଉଲ୍ଲଙ୍ଘନ। ଯଦି ଏହାକୁ ରୋକା ନଯାଏ ତେବେ ଏହା ଏକ ବିପଦଜନକ ଉଦାହରଣ ପାଲଟିବ ଏବଂ ପୁରା ଦୁନିଆର ଆଇନ ବ୍ୟବସ୍ଥା ଦୁର୍ବଳ ପଡ଼ିଯିବ ବୋଲି ଜାତିସଙ୍ଘରେ ଇରାନ କହିଛି। ଏଥିସହ ଜାତିସଙ୍ଘ ସୁରକ୍ଷା ପରିଷଦ ଆମେରିକାର ଏହି କାର୍ଯ୍ୟକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଇରାନ ଦାବି କରିଛି। ଅନ୍ୟପକ୍ଷରେ ଜାତିସଙ୍ଘରେ ପ୍ରସ୍ତାବ ରଖି ଇରାନ କହିଛି ଯେ, ଯଦି ଇରାନ ବିରୋଧରେ ସାମରିକ ଅଭିଯାନ ବନ୍ଦ ରଖାଯାଏ ଏବଂ ଆମେରିକା ଦ୍ଵାରା ଲଗାଯାଇଥିବା କଟକଣା ହଟାଯାଏ ତେବେ ଇରାନ ହୋର୍ମୁଜ୍ ପ୍ରଣାଳୀରେ ଏହାର ସୈନ୍ୟ ଗତିବିଧି କମ୍ କରିପାରିବ। ଶାନ୍ତି ପାଇଁ କେତେକ ସର୍ତ୍ତ ସହ ଇରାନ ମଧ୍ୟ ତିକ୍ତତା କମ୍ କରିବାକୁ ଆଲୋଚନା ଲାଗି ପ୍ରସ୍ତୁତ ଥିବା କହିଛି। 

ଏହି ଖବରଟିକୁ ପଢନ୍ତୁTrump Iran war news: ଟ୍ରମ୍ପଙ୍କୁ ଇରାନ ଯୁଦ୍ଧର ବାସ୍ତବ ସ୍ଥିତି ଜଣାଉନି ପେଣ୍ଟାଗନ୍, ଭାନ୍ସଙ୍କ ଚିନ୍ତା ବଢାଇଛି ଯୁଦ୍ଧାସ୍ତ୍ର ଅଭାବ