ନୂଆଦିଲ୍ଲୀ,୧୯।୪: ଇରାନ ଓ ଆମେରିକା ଭିତରେ ଚାଳିଥିବା କୁଟନୈତିକ ବିବାଦ ଏବେ ବ୍ୟକ୍ତିଗତ ଆକ୍ରମଣ ଓ ସୋସିଆଲ ମିଡିଆ ଓ୍ବାରରେ ବଦଳି ଯାଇଛି। ଦକ୍ଷିଣ ଆଫ୍ରିକା ସ୍ଥିତ ଇରାନ ଦୂତାବାସର ଏକ ଭାଇରାଲ ଅଡିଓ କ୍ଳିପ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ଇଡିୟଟ୍(ମୂର୍ଖ)ବୋଲି କୁହାଯାଇଛି। ଏହି କଡା ଆକ୍ରମଣ ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ବଢିଛି। ଏହାର ଆରମ୍ଭ ଏକ ଭାଇରାଲ ଭିଡିଓ ଏବଂ ଅଡିଓ କ୍ଲିପ୍ରୁ ହୋଇଛି। ଯାହାକି କଥିତ ଭାବରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ୍ (ଆଇଆରଜିସି)ର ନୌସେନା ଓ ସମୁଦ୍ରରେ ଥିବା ଜାହାଜ ଭିତରେ ରେଡିଓ ସଞ୍ଚାର ବୋଲି ଜଣାପହିଛି। ଏହି ରେକର୍ଡିଂରେ ଇରାନ ନୌସେନାର ଜଣେ ଅଧିକାରୀ ‘ଇଡିଅଟ୍ ଶବ୍ଦ’ର ବ୍ୟବହାର କରିଛନ୍ତି। ଆରମ୍ଭରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ, ଇରାନ ଅଧିକାରୀ ନିଜ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ଏଭଳି ଶବ୍ଦର ବ୍ୟବହାର କରିଛନ୍ତି।
ତେବେ ଏହି ଦାବିକୁ ଖଣ୍ଡନ କରି ଦକ୍ଷିଣ ଆଫ୍ରିକାରେ ଅବସ୍ଥାପିତ ଇରାନ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ କଡା ଓ ସିଧା ସଳଖ ପୋଷ୍ଟ କରିଛନ୍ତି। ଦୂତାବାସ ଲେଖିଛି,ଆରେ ବୋକା, ଏହାର ଅର୍ଥ ତୁମର ‘ଇଡିଅଟ୍’ ରାଷ୍ଟ୍ରପତି ଟ୍ରମ୍ପ ଥିଲେ। ବାସ୍ ଗୁଗୁଲରେ ‘ଇଡିଅଟ୍’ ଲେଖିକି ସର୍ଚ୍ଚ କର ତା ପରେ ଦେଖିପାରିବ ସେ କ’ଣ ? ଦୂତାବାସ ଏଭଳି ବୟାସ ସିଧାସଳଖ ଭାବରେ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଛି, ଯିଏକି ସବୁବେଳେ ସୋସିଆଲ ମିଡିଆରେ ନିଜର ବୈଦେଶିକ ନୀତିର ଘୋଷଣା କରିଥାନ୍ତି।
JUST IN: IRGC Navy called Iran’s own Foreign Minister an “idiot” over open maritime radio. pic.twitter.com/6ijBN0Px77
— Donald J Trump Posts TruthSocial (@TruthTrumpPost) April 18, 2026
ମେରିଟାଇମ୍ ଚ୍ୟାନେଲ ୧୬ରେ ପ୍ରସାରିତ ଏହି ରେଡିଓ ବାର୍ତ୍ତାରେ ଆଇଆରଜିସି ନୌସେନା ଷ୍ଟେ୍ରଟ୍ ଅଫ୍ ହର୍ମୁଜ ବାଟ ଦେଇ ଯିବାକୁ ଚେଷ୍ଟା କରୁଥିବା ଜାହାଜକୁ କଡା ଚେତାବନୀ ଦେଇଛି। ଏହି ଚ୍ୟାନେଲରେ ଇରାନ ନୌସେନାର କଲ୍ ରେକର୍ଡ ରହିଛି। ହର୍ମୁଜ ଏବେ ବି ବନ୍ଦ ରହିଛି। ଆମେ ଏହାକୁ ଆମର ଇମାମ ଖାମନେଇଙ୍କ ନିର୍ଦ୍ଦେଶରେ ଖୋଲିବୁ, ନା କି କୌଣସି ‘ଇଡିଅଟ’ର ଟ୍ବିଟ୍ ଆଧାରରେ ଖୋଲିବୁ।’ ଏହି ବାର୍ତ୍ତା ସ୍ପଷ୍ଟ ରୂପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସେହି ଟ୍ବିଟ୍ ଓ ବୟାନ ଉପରେ କଟାକ୍ଷା ଥିଲା, ଯେଉଁଥିରେ ସେ ହର୍ମୁଜକୁ ସମ୍ପୂର୍ଣ୍ଣ ଭାବରେ ଖୋଲିବାର ଦାବି କରିଥିଲେ। ସାଧାରଣତଃ ଦୂତାବାସ କିମ୍ବା ରାଷ୍ଟ୍ରଦୂତମାନେ ଏଭଳି ଅପମାନକ ଶବ୍ଦର ବ୍ୟବହାର କରିନଥାନ୍ତି, କିନ୍ତୁ ହର୍ମୁଜରେ ବଢୁଥିବା ସାମରିକ ବିବାଦ ଓ ଆମେରିକା ନୌସେନାର ଘେରାବନ୍ଦୀ ଇରାନର ଆଭିମୁଖ୍ୟକୁ ଆହୁରି ଆକ୍ରାମକ କରିଦେଇଛି। ଇରାନର ଦୂତାବାସର ଏହି ସ୍ପଷ୍ଟୋକ୍ତି ପରେ ହ୍ବାଇଟ ହାଉସ୍ କିମ୍ବା ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ କୌଣସି ଅଫିସିଆଲ ପ୍ରତିକ୍ରିୟା ସାମନାକୁ ଆସିନାହିଁ।
ଆହୁରି ପଢନ୍ତୁ : 'ତୁମେ କ୍ଲିୟରାନ୍ସ ଦେଲ, ଏବେ ଗୁଳି ଚଳାଉଛ'; ହୋର୍ମୁଜରେ ଫସିଥିବା ଭାରତୀୟ ଜାହାଜ ଇରାନକୁ ପଠାଇଲା ଅଡ଼ିଓ