ହରଭଙ୍ଗା ,୧୮।୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ବଡ଼କୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଠିକା ଶିକ୍ଷକ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନିୟମ ଉଲ୍ଲଂଘନ କରାଯାଇ  ଠିକା ଶିକ୍ଷକ ନିଯୁକ୍ତି କରାଯାଇଛି ବୋଲି ଅଭିଯୋଗ ହୋଇଛି।

ବଡ଼କୋଈସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବରଥୀ ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଗତ ସେପ୍ଟେମ୍ବର ମାସରୁ ଦେହ ଖରାପ ନେଇ ସେ ବାରମ୍ବାର ଛୁଟିରେ ରହୁଛନ୍ତି। ଏହିପରି ସ୍ଥିତିରେ ତାଙ୍କ ବଦଳରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଠିକା ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଠିକା ଶିକ୍ଷକ ଭାବେ ନିଯୁକ୍ତି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ଦେବା ନିୟମ ବିରୋଧୀ ବୋଲି ଅଭିଯୋଗ ହେଉଛି। ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।