ବାସୁଦେବପୁର,୧।୫ : ବାସୁଦେବପୁର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅଙ୍ଗନବାଡିର ସହାୟିକା ନିଯୁକ୍ତିରେ ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସିଡିପିଓ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି।

ନୂଆଗାଁ ପଂଚାୟତର ନାଖରାଜି ମଝିସାହି ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ବର୍ଷ ହେବ ସହାୟିକା ପଦ ଖାଲିପଡିଥିଲା। ଉକ୍ତ ପଦ ପାଇଁ ସେହି ଗ୍ରାମର ତିନି ଜଣ ଆଶାୟୀ ଆବେଦନ କରିଥିଲେ। ଏହି ତିନି ଜଣଙ୍କ ମଧ୍ୟରୁ  ଦୁଇଜଣ ବିଧବା ହୋଇଥିବା ବେଳେ ଜଣେ ସଧବା ମହିଳା ଥିଲେ। ତିନିଜଣ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ଉଚ୍ଚ ନ୍ୟାୟାଳୟର ଆଦେଶ ମୁତାବକ ପୁନଃ ଏକ ମହିଳା ସଭା ଡକାଯାଇଥିଲା।  ତିନି ଜଣ ମଧ୍ୟରେ ନିର୍ବାଚନ କରାଯାଇଥିଲା। ତେବେ  କମ ନମ୍ବର ପାଇଥିବ ଜଣେ  ବିଧବା ମହିଳାକୁ ନିଯୁକ୍ତି ଦିଆଯାଇଥିଲା।  ଏହାକୁ ବିରୋଧ କରି ଅଧିକ ନମ୍ବର ରଖିଥିବା ମହିଳା ଓ ଅନ୍ୟ ଜଣେ ବିଧବା ମହିଳାଙ୍କ ସହିତ ଗ୍ରାମବାସୀ ଆସି ସିଡିପିଓ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ। ଖବର ପାଇ ବିଡ଼ିଓ  ପହଞ୍ଚି ଉକ୍ତ ନିଯୁକ୍ତିକୁ ଖାରଜ କରାଯିବ କହିବାରୁ ପରିସ୍ଥିତି  ଶାନ୍ତ ପଡିଥିଲା।