ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାକିସ୍ତାନ ଗୁପ୍ତଚରକୁ ଗିରଫ କଲା ରାଜସ୍ଥାନ ଇଣ୍ଟେଲିଜେନ୍ସ, ଭାରତୀୟ ହୋଇ ସାଜିଥିଲା ISIର ଗୁଇନ୍ଦା

Published By : Anindita Ratha | May 2, 2025 9:19 AM

ନୂଆଦିଲ୍ଲୀ,୦୨/୦୫:  ପାକିସ୍ତାନ ଗୁପ୍ତଚରକୁ ଗିରଫ କରିଛି  ରାଜସ୍ଥାନ ଇଣ୍ଟେଲିଜେନ୍ସ । ଅଭିଯୁକ୍ତ ଗୁପ୍ତଚର ଜୈସାଲମିରର ପଠାନ ଖାନ୍ ବୋଲି ଜଣାପଡ଼ିଛି । ସେ ପାକିସ୍ତାନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ  ବା ଆଇଏସଆଇରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା ।ବିଏସଏଫର ସିକ୍ରେଟ ସୂଚନା ସବୁ ପଠାନ୍ ପାକିସ୍ତାନ ଏଜେନ୍ସିକୁ ଦେଉଥିଲା । 


ତେବେ କିଛି ବର୍ଷ ହେବ ପଠାନ୍ ପାକିସ୍ତାନ ପାଇଁ କାମ କରୁଛି । ସୀମାରେ ସନ୍ଦେହଜନକ କାର୍ଯ୍ୟ କରୁଥିବାବେଳେ ପଠାନକୁ ଦେଖାଯାଇଥିବା କହିଛନ୍ତି ରାଜସ୍ଥାନ ଇଣ୍ଟେଲିଜେନ୍ସର ଆଇଜି ବିଷ୍ଣୁକାନ୍ତ । ଆଇଏସଆଇ ସହିତ ପଠାନ୍ କଣ୍ଟାକରେ ରହୁଥିଲା । ସୋସିଆଲ ମିଡିଆ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଜରିଆରେ ପଠାନ୍ ଗୁଇନ୍ଦା ସୂଚନା ପାକିସ୍ତାନ ଏଜେନ୍ସିକୁ ଦେଉଥିବା ଜଣାପଡ଼ିଛି । ୨୦୧୩ରେ ପଠାନ୍ ପ୍ରଥମ ଥର ଲାଗି ପାକିସ୍ତାନ ଯାଇଥିଲା । ଯେଉଁଠାରେ ସେ ଆଇଏସଆଇ ସହିତ ଭାରତର ଗୁଇନ୍ଦା ତଥ୍ୟ ଦେବା ନେଇ କଥାବାର୍ତ୍ତା ହୋଇଥିଲା ।ଭାରତ ଫେରିବା ପରେ ପାକିସ୍ତାନ ଆଇଏସଆଇ କଣ୍ଟାକ୍ଟରେ ପଠାନ୍ ରହିଥିଲା ଏବଂ ଭାରତୀୟ ସିମକାର୍ଡ ପାକିସ୍ତାନକୁ ଯୋଗାଉଥିଲା ।ତେବେ ବର୍ତ୍ତମାନ ଜୟପୁରରେ ପାଠାନକୁ ପଚରାଉଚରା ଚାଲିଛି । ତା’ମୋବାଇଲ ଫୋନରୁ ଅନେକ ଭିଡିଓ ଓ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.