ନୂଆଦିଲ୍ଲୀ : ଜଣେ ଭାରତୀୟ ମହାକାଶଚାରୀ ଏବେ ମହାକାଶ ଦୁନିଆରେ ନୂଆ ଇତିହାସ ରହିବାକୁ ଯାଉଛନ୍ତି ଏବଂ ନିଜ ସାଥିରେ ନେଇକି ଯାଉଥିବା ଏକ ଏମିତି ଜୀବକୁ , ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମିଶନର ନାଁ Axiom-4 ଓ ଭାରତର ଶୁଭାଂଶୁ ଶୁକ୍ଳା ଏଥିରେ ଉଡ଼ାଣ ଭରିବେ। ସେ କେବଳ ସ୍ପେସ୍‌ ଷ୍ଟେସନରେ ପହଞ୍ଚିବେ ନାହିଁ , ସେଠାରେ ରହିବେ , ଆଉ କାମ କରିବେ ଏବଂ ସବୁଠୁ ବିଶେଷ କଥା ହେଲା ସେ ଏକ ଅଜବ ଓ ଆବଡା ଖାବଡା ଦେଖାଯାଉ ଥିବା ସୂକ୍ଷ୍ମ ଜୀବ ଭୋଏଜର ଟାର୍ଡିଗ୍ରେଡସକୁ ମଧ୍ୟ ସାଥିରେ ନେଇକି ଯିବେ। ଇସ୍ରୋ ଏହି ଅଜବ ଜୀବକୁ ସ୍ପେସ୍‌କୁ କାହିଁକି ପଠାଉଛି ... ଆସନ୍ତୁ ଜାଣିବା। 

ଏହାକୁ ୱାଟର ବିୟର ଅର୍ଥାତ୍‌ ‘ପାଣିର ଭାଲୁ’ ବା ମାସ୍‌ ପେଗଲେଟ୍‌ ମଧ୍ୟ କୁହାଯାଏ। ଏହି ସୂକ୍ଷ୍ମ ଜୀବ ଏତେ ଛୋଟ ହୋଇ ଥାନ୍ତି ଯେ, ମାଇକ୍ରୋସ୍କୋପ୍‌ ବିନା ଦେଖି ପାରିବେ ନାହିଁ। କିନ୍ତୁ ଏହି ଛୋଟ ପ୍ୟାକେଟ୍‌ ବଡ଼ ଧମାକା। ଏହି ଜୀବନ କୌଣସି ଅଜବ ଠାରୁ କମ୍‌ ନୁହେଁ , ଏହାକୁ ଜଳ , ବରଫ , ନିଆଁ , ଭାକ୍ୟୁମ୍‌ , ରେଡିଏସନ , ଏମିତି କି ସ୍ପେସ୍‌ର କଠିକ ସ୍ଥିତି ମଧ୍ୟ ମାରି ପାରିବ ନାହିଁ। ଏହାର ଶରୀରରେ ଆଠଟି ଗୋଡ଼ ଅଛି ଏବଂ ସେମାନଙ୍କ ପୁଛରେ ଛୋଟ ଛୋଟ ସୂକ୍ଷ୍ମ ନଖ ଅଛି। ଏହାର ଚାଲିବାର ଶୈଳୀ ଏମିତି ଯେ, ଯେମିତିକି କୌଣସି ସୁନ୍ଦର ଭାଲୁ ଧିରେ ଧିରେ ଚାଲୁଛି। 

ଏହି ପରୀକ୍ଷଣରେ ଶୁକ୍ଳା ସ୍ପେସ୍‌ ଷ୍ଟେସନରେ ୧୪ ଦିନ ଯାଏ ଏହି ଟାର୍ଡିଗ୍ରେଡସ୍‌ ସହ ରହିବେ। ଏହି ଜୀବନର ପୁନର୍ଜୀବନ , ଜୀବନ ରକ୍ଷା ଓ ପ୍ରଜନନ ଉପରେ ରିସର୍ଚ୍ଚ ହେବ। ଦେଖାଯିବ କି ସ୍ପେସର ମାଇକ୍ରୋଗ୍ରାଭିଟିରେ ଏହି ଉଦ୍ଭୁତ ଜୀବ କେମିତି ଶୋଇ ଉଛିବ , ଅଣ୍ଡା ଦେବ ନା ନାହିଁ  ଏବଂ ଯଦି ହଁ ତ କେମିତି ଛୁଆ ଜନ୍ମ କରିବ। ଏହାସହ , ଏହା ମଧ୍ୟ ଦେଖାଯିବ କି ମହାକାଶରେ ରହିବା ପରେ ତାଙ୍କର ଡିଏନଏରେ କଣ ପରିବର୍ତ୍ତନ ଘଟିବ।

ଏହି ରିସର୍ଚ୍ଚର ଉଦ୍ଦେଶ୍ୟ ଭବିଷ୍ୟତରେ ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା , ଲମ୍ୱା ସ୍ପେସ୍‌ ଟ୍ରାଭେଲ୍‌ ପାଇଁ ମଣିଷ ଶରୀରକୁ ବୁଝିବା। ଇସ୍ରୋର ଏହି ଅଭିଯାନର ମାଧ୍ୟମରେ ଭାରତ  ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେସନରେ ଜୀବିତ ପ୍ରୟୋଗ କରିବ ଏବଂ ତାହା ବି ଏତ ଏମିତି ଜୀବ ସହ ଯାହା ଦୁନିଆର ସବୁଠୁ କଠିନ ପରିସ୍ଥିତିରେ ମଧ୍ୟ ହାର୍‌ ମାନିବ ନାହିଁ।