ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାଶ୍ମୀରରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ,ଏପ୍ରିଲ ୧୯ ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Anindita Ratha | April 12, 2025 1:44 PM

ନୂଆଦିଲ୍ଲୀ,୧୨/୦୪: ପୂରଣ ହେବାକୁ ଯାଉଛି ଦୀର୍ଘ ଦିନର ସ୍ବପ୍ନ । କାଶ୍ମୀରରୁ କନ୍ୟାକୁମାରୀ  ଯିବା ହେବ ସହଜ । କମ୍ ସମୟରେ କନ୍ୟାକୁମାରୀରେ ପହଞ୍ଚିପାରିବେ ଯାତ୍ରୀ ।  ୧୯ ଏପ୍ରିଲରୁ କାଶ୍ମୀରରୁ କନ୍ୟାକୁମାରୀକୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ମୋଦି ୨୭୨ କିଲୋମିଟର ଲମ୍ବା ଉଧମପୁର-ଶ୍ରୀନଗର-ବାରାମୁଳା ରେଳ ଲିଙ୍କ କାର୍ଯ୍ୟ ଶେଷ ହେବାକୁ ନେଇ ମାତା ବୈଷ୍ଣୋଦେବୀଙ୍କ  କଟରାରୁ ବନ୍ଦେ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ । ଏହି ଏକ୍ସପ୍ରେସ ଚିନାବ ବ୍ରିଜ ଉପରେ ଚାଲିବ । 

ଏହା ମଧ୍ୟ ପଢନ୍ତୁ-  LOCରେ ଆତଙ୍କୀଙ୍କ ଅନୁପ୍ରବେଶ ପଣ୍ଡ, ଜଣେ ଯବାନ ଶହୀଦ୍

ଚିନାବ ରେଳ ବ୍ରିଜ କେବଳ ୨ ଟି ପାହାଡ଼କୁ ଯୋଡ଼ୁନି ବରଂ ଜାମ୍ମୁ କାଶ୍ମୀର ପାଇଁ ସ୍ବପ୍ନ, ବିକାଶ ଓ କାଶ୍ମୀରର ଏକ ନୂଆ ଯୁଗକୁ ବି ଯୋଡ଼ୁଛି । ତେବେ ଚିନାବ ନଦୀ ଉପରେ ତିଆରି ହୋଇଥିବା ବ୍ରିଜ ୧,୩୧୫ ମିଟର ଉର୍ଦ୍ଧ୍ବରେ ରହିଛି । ଏହି ନଦୀ ତଳୁ ରେଳ ସ୍ତର ପର୍ଯ୍ୟନ୍ତ କୁତବମିନାରରୁ ବି ପାଞ୍ଚଗୁଣା ଉର୍ଦ୍ଧ୍ବରେ ରହିଛି। ବ୍ରିଜ ନିର୍ମାଣରେ ୨୮ ହଜାର ମାଟ୍ରିକ ଟନ୍‌ରୁ ଅଧିକ ଷ୍ଟିଲ ଲାଗିଛି । ସେହିପରି ଉଧମପୁର-ବାରାମୁଳା ରେଳ ପରିଯୋଜନାରେ ଅନେକ ଟନେଲ ଓ ବ୍ରିଜ ଯାଉଛି । ଆଉ ଏହି ସବୁ ଉପରେ ନଜର ରଖିବା ପାଇଁ ଅନେକ  ସେନ୍ସର ଓ ହାଇଟେକ ସିସିଟିଭି କ୍ୟାମେରା ଲଗାଯାଇଛି । ଯାହା କଣ୍ଟ୍ରୋଲ ରୁମରୁ ମଂନିଟରିଂ କରାଯିବ । ଚିନାବ ରେଲଓ୍ବେ ବ୍ରିଜ ବିଶ୍ବର ସବୁଠୁ ଉଚ୍ଚ ରେଳ ବ୍ରିଜ । ଏହା ମାଇନ ଫ୍ରି ଓ ବ୍ଲାଷ୍ଟ ଫ୍ରି ମଧ୍ୟ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.