ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବିରିଡ଼ି ବ୍ଲକ ୨୨ମୌଜାରେ ଜଣ୍ଡିସ୍ ଆତଙ୍କ, ୪ ଜଣ ଆକ୍ରାନ୍ତ ଚିହ୍ନଟ

Published By : Rasmita Pradhan | August 4, 2025 11:57 AM

ଜଗତସିଂହପୁର, ୦୪/୦୮ : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ୨୨ମୌଜା ବାଗଲପୁର ଗ୍ରାମରେ ଜଣ୍ଡିସ୍ ଆତଙ୍କ। ସୋମବାର ସୁଦ୍ଧା ଗ୍ରାମରେ ମୋଟ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ନିକଟରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି।

ସୂଚନାନୁଯାୟୀ, ଗତ ୩୧ତାରିଖରେ ବିରିଡ଼ି ବ୍ଲକ ୨୨ମୌଜା ବାଗଲପୁର ଗାଁର କିଛି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଯେଉଁଥିରେ ପ୍ରଥମେ ଶିବପ୍ରସାଦ ଭୋଇ (୪୦ ବର୍ଷ)ଙ୍କର ପଜିଟିଭ ବାହାରିଥିଲା। ତାଙ୍କର ଚିକିତ୍ସା ଚାଲିଥିବାବେଳେ ୨ତାରିଖ ଦିନ ୮ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୧୨ବର୍ଷର ନାବାଳକଙ୍କ ପଜିଟିଭ ବାହାରିଥିବା ବେଳେ ଆଉ ଜଣେ ୧୩ ବର୍ଷର ନାବାଳକଙ୍କ ପଜିଟିଭ୍ ବାହାରିଛି। ସେହିପରି ଅନ୍ୟ ଜଣେ ଚନ୍ଦ୍ରଶେଖର ସାମଲ( ୩୨ ବର୍ଷ)କାମଳ ରୋଗର ଶିକାର ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ନିକଟରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଯୋଗାଇ ଦେଉଥିବା ବାଗଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଭଦର୍ଶିନୀ ଦାଶ କହିଛନ୍ତି। ୨୨ମୌଜା ପୂରଣ ପଞ୍ଚାୟତ କମଳପୁର ଦଣ୍ଡାସାହିରେ ଆଜି ସୁଦ୍ଧା ୭ଜଣ କାମଳ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.