ଭୁବନେଶ୍ୱର ୨୪/୧୧: ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ  କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ବରିଷ୍ଠ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ ଝାଡ଼ଖଣ୍ଡ କଂଗ୍ରେସର ପ୍ରଭାରୀ ଥିବା ବେଳେ ସପ୍ତଗିରି ସହପ୍ରଭାରୀ ଭାବେ କାମ କରୁଥିଲେ । ଦୀର୍ଘଦିନ ହେବ ଝାଡ଼ଖଣ୍ଡରେ ରହି ଦଳ ପାଇଁ  ନୀତି ନିର୍ଦ୍ଧାରଣ କରୁଥିଲେ । ଦଳ କେମିତି ଅଧିକ ଆସନ ହାତେଇବ, ସେ  ନେଇ ରଣନୀତି ପ୍ରସ୍ତୁତ କରିଥିଲେ । 

ଝାଡ଼ଖଣ୍ଡରେ କଂଗ୍ରେସକୁ ଇଣ୍ଡିଆ  ମେଣ୍ଟ ପକ୍ଷରୁ ୩୦ଟା ସିଟ୍‌ ମିଳିଥିଲା । ସେଥିରୁ ୧୬ଟି ସିଟ୍‌ ଜିତାଇବାରେ  ସପ୍ତଗିରିଙ୍କ ପ୍ରମୁଖ ଭୂମିକା ରହିଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ଏହା  ଦ୍ୱାରା ଦଳରେ ତାଙ୍କ ଦବ୍‌ଦବା ବଢ଼ିବ । ଏହି ନିର୍ବାଚନରେ ଓଡ଼ିଶା କଂଗ୍ରେସ  ପ୍ରଭାରୀ ଥିବା ଡ. ଅଜୟ କୁମାର ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ରବଧୂ  ପୂର୍ଣ୍ଣିମା ସାହୁଙ୍କଠୁ ଲକ୍ଷାଧିକ ଭୋଟରେ ହାରିଛନ୍ତି । ଯାହା ତାଙ୍କ ରାଜନୈତିକ  କ୍ୟାରିୟରରେ ସମସ୍ୟା ସୃଷ୍ଟି କରିପାରେ ବୋଲି ଦଳର ନେତାମାନେ କହୁଛନ୍ତି