ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ ସପ୍ତଗିରି: କଂଗ୍ରେସ ସହପ୍ରଭାରୀ ଥିଲେ, ଜିତାଇଲେ ୩୦ରୁ ୧୬ ସିଟ୍

Published By : Prameya | November 24, 2024 10:51 AM

ଭୁବନେଶ୍ୱର ୨୪/୧୧: ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ  କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ବରିଷ୍ଠ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ ଝାଡ଼ଖଣ୍ଡ କଂଗ୍ରେସର ପ୍ରଭାରୀ ଥିବା ବେଳେ ସପ୍ତଗିରି ସହପ୍ରଭାରୀ ଭାବେ କାମ କରୁଥିଲେ । ଦୀର୍ଘଦିନ ହେବ ଝାଡ଼ଖଣ୍ଡରେ ରହି ଦଳ ପାଇଁ  ନୀତି ନିର୍ଦ୍ଧାରଣ କରୁଥିଲେ । ଦଳ କେମିତି ଅଧିକ ଆସନ ହାତେଇବ, ସେ  ନେଇ ରଣନୀତି ପ୍ରସ୍ତୁତ କରିଥିଲେ । 

ଝାଡ଼ଖଣ୍ଡରେ କଂଗ୍ରେସକୁ ଇଣ୍ଡିଆ  ମେଣ୍ଟ ପକ୍ଷରୁ ୩୦ଟା ସିଟ୍‌ ମିଳିଥିଲା । ସେଥିରୁ ୧୬ଟି ସିଟ୍‌ ଜିତାଇବାରେ  ସପ୍ତଗିରିଙ୍କ ପ୍ରମୁଖ ଭୂମିକା ରହିଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ଏହା  ଦ୍ୱାରା ଦଳରେ ତାଙ୍କ ଦବ୍‌ଦବା ବଢ଼ିବ । ଏହି ନିର୍ବାଚନରେ ଓଡ଼ିଶା କଂଗ୍ରେସ  ପ୍ରଭାରୀ ଥିବା ଡ. ଅଜୟ କୁମାର ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ରବଧୂ  ପୂର୍ଣ୍ଣିମା ସାହୁଙ୍କଠୁ ଲକ୍ଷାଧିକ ଭୋଟରେ ହାରିଛନ୍ତି । ଯାହା ତାଙ୍କ ରାଜନୈତିକ  କ୍ୟାରିୟରରେ ସମସ୍ୟା ସୃଷ୍ଟି କରିପାରେ ବୋଲି ଦଳର ନେତାମାନେ କହୁଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.