ଭୂବନେଶ୍ୱର: ଓଡ଼ିଶାକୁ ମିଳିବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। କୋଲକାତା ହାଇକୋର୍ଟରେ ବିଚାରପତି ପଦରେ ଥିବା ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି। 

୧୯ ଜାନୁଆରୀ ୨୦୨୫ରେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀ ପାଇଁ ଏହି ନିଯୁକ୍ତି ଦିଆଯାଇଛି। ତେବେ ଜଷ୍ଟିସ ଅରିନ୍ଦମ ସିହ୍ନା ବର୍ତ୍ତମାନ ଓଡିଶାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। 

ଖବର ମୁତାବକ, ୨୦୧୦ ମସିହା ଏପ୍ରିଲ ୧୩ ତାରିଖରୁ ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ଜଷ୍ଟିସ ହରିଶ ୭ମ ସ୍ଥାନରେ ଅଛନ୍ତି ଏବଂ ସେ ତାଙ୍କ ପ୍ୟରେଣ୍ଟ ହାଇକୋର୍ଟରେ ଜଣେ ବରିଷ୍ଠ ପ୍ୟୁଇସ୍ନେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ପଦୋନ୍ନତ୍ତି ପୂର୍ବରୁ ସେ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାର ବିଚାର କରୁଥିଲେ।