କଣିହାଁ,୧୪/୦୫: କଣିହାଁ ବ୍ଲକ୍ ସଭାଗୃହ ପରିସରରେ ବୁଧବାର କଣିହାଁ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ, ତାଳଚେର ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନ, ପାଳଲହଡା ବିଧାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ସାମଲ, ୯ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ, କଣିହାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମାର ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ଶିକ୍ଷା, ସ୍ୱାସ୍ଥ୍ୟ, ମନରେଗା, ପାନୀୟ ଜଳ, ବିଦ୍ୟୁତ ସମସ୍ୟା, ଏନଟିପିସି, ଏମ୍ସିଏଲ ଓ ଜେଆଇଟିପିଏଲ ଆଦି ପ୍ରକଳ୍ପ ସିଏସଆର କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପ ସଂସ୍ଥା ଗୁଡିକର କ୍ଷମତା ସମ୍ପର୍ଣ୍ଣ ଅଧିକାରୀ ବୈଠକରେ ଅନୁପସ୍ଥିତ ନେଇ ଜନ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ବହୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ସାମିଲ ଥିଲେ ।