ନୂଆଦିଲ୍ଲୀ,୦୯/୧୧; କ'ଣ 'କଫି ୱିଥ୍ କରନ'ରେ ଆସିବେ କି କୋହଲି ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଫିଲ୍ମମେକର କରନ ଜୋହର । ଚଳଚ୍ଚିତ୍ର ନିର୍ମାତା କରନ ଜୋହର କରନ ଜୋହରଙ୍କ ଟକ୍ ଶୋ'  'କଫି ୱିଥ୍ କରନ'ରେ ଖୁବଚର୍ଚ୍ଚା ରହିଛି । ସେ ଅନେକ ବଲିଉଡ଼ ସେଲିବ୍ରିଟିଙ୍କୁ ଶୋ'କୁ ଡାକି ତାଙ୍କୁ ପ୍ରଶ୍ନ କରିଥାନ୍ତି । ଗତ ୨୦ ବର୍ଷ ଧରି ଚାଲି ଆସୁଥିଲେ ଏହି ଶୋ ଯେଉଁଥିରେ ଅନେକ କ୍ରିକେଟ, ସେଲିବ୍ରିଟି ଆସିଛନ୍ତି । ନିକଟରେ ସେ ଶୋକୁ ନେଇ କିଛି କଥା କହିଛନ୍ତି ଯାହାକୁ ନେଇ କାଫି ଚର୍ଚ୍ଚା ହେଉଛି ।

୨୦୧୯ରେ ଫିଲ୍ମ ନିର୍ମାତା କରନ ଜୋହର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ଶୋକୁ ଡାକିଥିଲେ । ଏହି ଏପିସୋଡ ଅନ୍ୟ ଅପେକ୍ଷା ଖୁବ ବିବାଦୀୟ ହୋଇଥିଲା । ଯେଉଁଥିରେ କ୍ରିକେଟର ସମସ୍ୟାରେ ପଡିଥିଲେ । ବିବାଦ ଏତେ ବଢିଥିବା ଯେ ଏପିସୋଡକୁ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିଲା । ସେବେଠୁ କରଣ ଜୋହର କୌଣସି କ୍ରିକେଟରଙ୍କୁ ଶୋକୁ ଡାକିନାହାନ୍ତି । ପ୍ରାୟ ୬ ବର୍ଷ ପରେ କରଣ ଜୋହର ଅଭିଜ୍ଞତା ଆଧାରରେ ବିରାଟ କୋହଲିଙ୍କୁ ଶୋକୁ ନିମନ୍ତ୍ରଣ କରିବାକୁ ଚାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କରନ ଜୋହର । ସେ କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ପରେ ମୁଁ କେବେ ଶୋ' କ୍ରିକେଟରଙ୍କୁ ଆଣିବାକୁ ପଚାରିବି ନାହିଁ । ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ବିଷୟରେ ମୋତେ ଲାଗେ ସେ ଆସିବେ ନାହିଁ । ତେଣୁ ମୁଁ ତାଙ୍କୁ ପଚାରିନାହିଁ ।