ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କାଠଯୋଡ଼ି ନଦୀ ବନ୍ଧକୁ ବିପଦ ! ସୁରକ୍ଷା ପାଇଁ ବୈଷୟିକ ପରାମର୍ଶଦାତା କମିଟିର ସୁପାରିସ୍‌, ୪ଟି ବୁରୁଜ ନିର୍ମାଣ କର

Published By : Prameya | March 10, 2025 12:31 PM

କଟକ, ୧୦/୦୩: କାଠଯୋଡ଼ି ରିଂବନ୍ଧ ନିର୍ମାଣକୁ ୪୦ ବର୍ଷ ବିତିଲାଣି । ଧିରେ ଧିରେ ଏହା ଦୁର୍ବଳ ହେବାରେ ଲାଗିଲାଣି । ଯଦିଓ  ବର୍ଷର ୮ ମାସ କାଠଯୋଡ଼ିରେ ପାଣି ରହୁନି, ତଥାପି ନଦୀବନ୍ଧକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି । ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ  ରହିଥିବା ବୈଷୟିକ ପରାମର୍ଶଦାତା କମିଟି କାଠଯୋଡ଼ି ନଦୀବନ୍ଧକୁ ସୁରକ୍ଷା ଦେବାକୁ  ପରାମର୍ଶ ଦେଇଛି । ନଦୀ ଭିତରେ ପଥର  ପ୍ୟାକିଂ ବୁରୁଜ ନିର୍ମାଣ କରାନଗଲେ କାଠଯୋଡ଼ି  ବନ୍ଧକୁ ବିପଦ ରହିଥିବା କୁହାଯାଉଛି । ତେଣୁ  କମିଟିର ସୁପାରିସ କ୍ରମେ ଏଠାରେ ୪ଟି ବୁରୁଜ  ନିର୍ମାଣ କରାଯିବ । ଜଳସମ୍ପଦ ବିଭାଗ ତରଫରୁ ଏ ଯୋଜନାକୁ ଅନୁମୋଦନ ମିଳିଛି ।  

କଟକ ସହରକୁ ବନ୍ୟା ଦାଉରୁ ରକ୍ଷା  କରିବାକୁ ୪୦ ବର୍ଷ ତଳେ କାଠଯୋଡ଼ି ରିଂ ବନ୍ଧର  ପରିକଳ୍ପନା କରାଯାଇଥିଲା । ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ଅମଳରେ ୧୯୮୫  ମସିହା ବେଳକୁ ରିଂବନ୍ଧ ନିର୍ମାଣ କରାଯାଇଥିଲା ।  ଯାହାଫଳରେ ନଦୀକୂଳ ସାହିବସ୍ତିଗୁଡିକ ବନ୍ୟା ଦାଉରୁ ରକ୍ଷା ପାଇଯାଇଥିଲା । କଂଗ୍ରେସ  ସରକାର ଅମଳରେ କଟକ ସହରକୁ ଏହା ସବୁଠାରୁ ବଡ଼ ଅବଦାନ ବୋଲି କୁହାଯାଏ । କିନ୍ତୁ କାଳକ୍ରମେ କାଠଯୋଡ଼ି ନଦୀ ବନ୍ଧର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ  ନିଆଗଲା ନାହିଁ । ଉପରନ୍ତୁ କାଠଯୋଡ଼ି  ନଦୀରେ ଏକାଧିକ ବାଲିଘାଟ ପରିଚାଳନା ଏବଂ ଭାରୀଯାନ ଚଳାଚଳ କରାଗଲା । ଯାହାଫଳରେ ନଦୀବନ୍ଧ ଏବେ ଅସୁରକ୍ଷିତ ହୋଇପଡିଛି ।  

କାଠଯୋଡ଼ି ନଦୀ ବନ୍ଧ ନରାଜଠାରୁ ଆରମ୍ଭ  ହୋଇ ନୂଆପଡ଼ା ଯାଏ ଲମ୍ବିଛି । ନଦୀ ବନ୍ଧ  ପାଶ୍ୱର୍ରେ ପଥର ପ୍ୟାକିଂ କରାଯାଇଥିବାରୁ ଏହା ଦୀର୍ଘସ୍ଥାୟୀ ବୋଲି ଆକଳନ କରାଯାଉଛି ।  କିନ୍ତୁ ନଦୀବନ୍ଧର କିଛି ସ୍ଥାନ ଏବେ ଦୁର୍ବଳ  ପଡ଼ିଲାଣି । ତିନିମାସ ପୂର୍ବରୁ ଜଳସମ୍ପଦ  ବିଭାଗର ଏକ ଅନୁଧ୍ୟାନ କମିଟି କାଠଯୋଡ଼ି  ନଦୀବନ୍ଧର ବିଭିନ୍ନ ସ୍ଥାନ ଯାଞ୍ଚ୍‌ କରିଥିଲା ।  ଏହାପରେ ବୈଷୟିକ ପରାମର୍ଶଦାତା କମିଟି  ବୈଠକରେ ଏ ବାବଦରେ ବିସ୍ତୃତ ଆଲୋଚନା  କରାଯାଇଥିଲା । କାଠଯୋଡ଼ିର ବାମପାଶ୍ୱର୍  ବନ୍ଧର କୂଳକୁ ସୁରକ୍ଷା ଦେବାକୁ ଆଲୋଚନା  ହେବା ପରେ ଏଥିରେ ୪ଟି ବୁରୁଜ ନିର୍ମାଣ  କରିବାକୁ ନିଷ୍ପତ୍ତି ହୋଇଛି । ଏ ବାବଦରେ ୯  କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା  କରାଯାଇଥିବା ସୂଚନା ମିଳିଛି ।   

ଅନ୍ୟପକ୍ଷରେ କାଠଯୋଡ଼ି ନଦୀବନ୍ଧ  ଦୁର୍ବଳ ହେବା ନେଇ ସମୀକ୍ଷା ହେବା ଜରୁରି  ବୋଲି ମତ ପ୍ରକାଶ ପାଇଛି । କାଠଯୋଡ଼ିରେ  ବାଲିଘାଟ ନିଲାମ ନେଇଥିବା ବାଲି  ବ୍ୟବସାୟୀମାନେ ଏଥିପାଇଁ କାହିଁକି ଉତ୍ତରଦାୟୀ  ରହିବେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।  କାଠଯୋଡ଼ିରେ ପ୍ରାୟ ୫ଟି ବାଲିଘାଟ ଏବେ  ପରିଚାଳିତ ହେଉଛି । ନଦୀରୁ ବାଲି ଉଠାଇ  ଏମାନେ ଭାରୀଯାନରେ ଚାଲାଣ କରୁଛନ୍ତି ।  ଦିନରାତି କାଠଯୋଡ଼ିକୁ ଭାରୀଯାନ ଗଡୁଛି ଏବଂ  ନଦୀରୁ ଉଠୁଛି । ଏହାର ପ୍ରଭାବ ବି ନଦୀବନ୍ଧ  ଉପରେ ପଡୁଥିବା ଆଶଙ୍କା ରହିଛି । ତେଣୁ  ବାଲିଘାଟ ବ୍ୟବସାୟୀମାନଙ୍କୁ ନଦୀ ବନ୍ଧ ଦୁର୍ବଳ  ହେବା ପାଇଁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ  କରିବାକୁ ମତ ପ୍ରକାଶ ପାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.