ମୁମ୍ବାଇ ୧୩/୦୬: ଫିଲ୍ମ ‘ବେବି ଜନ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ତାମିଲ ସିନେ ପରଦାକୁ ଫେରିଛନ୍ତି କୀର୍ତ୍ତି ସୁରେଶ । ଆକ୍ସନ୍‌ କମେଡି ‘ରିଭଲଭର୍‌ ରିଟା’ରେ ସେ ନଜର ଆସିବେ । ଫିଲ୍ମଟି  ଆସନ୍ତା ଅଗଷ୍ଟ ୨୭ରେ ସିନେମାଘରକୁ ଆସିବ । ଏକ୍ସରେ ଫିଲ୍ମର ଏକ ନୂଆ ପୋଷ୍ଟର୍‌ ସେ ଶେୟାର କରିଛନ୍ତି । ଏଥିସହ ରିଲିଜ୍‌  ତାରିଖ ବି ଶେୟାର କରିଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି ‘ରିଟା  ରିଲିଜ୍‌ ପାଇଁ ପ୍ରସ୍ତୁତ’ । ନୂଆ ପ୍ରୋମୋ ଭିଡିଓ ମଧ୍ୟ କୀର୍ତ୍ତି ଜାରି  କରିଛନ୍ତି, ଯେଉଁଥିରେ ଫିଲ୍ମର ଷ୍ଟାର୍‌କାଷ୍ଟ୍‌ଙ୍କ ଝଲକ୍‌ ରହିଛି ।  

୨୦୨୪, ଅକ୍ଟୋବରରେ ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା,  ଯାହା କୀର୍ତ୍ତିଙ୍କୁ ପୂରା ଆକ୍ସନ୍‌ ମୋଡ୍‌ରେ ଦେଖାଇଥିଲା ।  ଏଥିରେ କମେଡି ଟାଇମିଂ ସହିତ ଦମ୍‌ଦାର ଆକ୍ସନ୍‌ ସେ  କରିଛନ୍ତି । ଜେକେ ଚନ୍ଦରୁଙ୍କ ନିର୍ଦ୍ଦେଶିତ ‘ରିଭଲଭର୍‌  ରିଟା’ କୀର୍ତ୍ତିଙ୍କ ନୂଆ ଲୁକ୍‌ ଓ ଚମତ୍କାର ପ୍ରଦର୍ଶନର  ପ୍ରତିଶ୍ରୁତି ଦେଇଛି । ହିନ୍ଦୀ ଫିଲ୍ମ ‘ବେବି ଜନ୍‌’ରେ ବରୁଣ  ଧୱନଙ୍କ ସହ ଶେଷ ଥର ବଡ଼ ପରଦାରେ ନଜର  ଆସିଥିଲେ କୀର୍ତ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି  ୟଶ ରାଜ ଫିଲ୍ମସ ପ୍ରଡକ୍ସନ୍‌ର ‘ଆକ୍କା’ । ଏହା ଜରିଆରେ ସେ  ଓଟିଟିରେ ଡେବ୍ୟୁ କରିବେ । ଗଣେଶ ରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘କନ୍ନାଭେଦି’ରେ ମଧ୍ୟ ସେ ନଜର ଆସିବେ।