ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଦେଢ ବର୍ଷ ପରେ କେତୁ ଚଳନ, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | April 17, 2025 9:32 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। କିଛି ଗ୍ରହ ଅତି ଧିର ଗତିରେ ଏବଂ ଆଉ କିଛି ଗ୍ରହ ଅତି ଶୀଘ୍ର ଚଳନ କରିଥାନ୍ତି । ଛାୟା ଗ୍ରହ କୁହାଯାଉଥିବା କେତୁ ୧୮ ମାସକୁ ଥରେ ରାଶି ପରିବର୍ତ୍ତନ କରିଥାନ୍ତି । ମେ’ ମାସରେ କେତୁ ସୂର୍ଯ୍ୟଙ୍କ ରାଶି ଅର୍ଥାତ ସିଂହ ରାଶିରେ ପ୍ରବେଶ କରିବେ । କେତୁଙ୍କ ଏହି ଚଳନ ଫଳରେ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ । ହଠାତ୍‌ ଧନ ବୃଦ୍ଧି ସହ ସମସ୍ତ ଇଚ୍ଛା ପୂରଣ ହେବ । ଆସନ୍ତୁ ଜାଣିବା ସେହି ରାଶି ବିଷୟରେ...

କର୍କଟ ରାଶି- ଏହି ରାଶି ବ୍ୟକ୍ତି ବିଶେଷଙ୍କର ଧନ ବୃଦ୍ଧି ହେବ । ଦରମା ବୃଦ୍ଧି ହେବ । ପଦନ୍ନୋତିର ଯୋଗ ରହିଛି । ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ବ୍ୟବସାୟରେ ଉନ୍ନତି ହେବ । ଅଟକି ଥିବା ଧନ ମିଳିବ ।

ତୁଳା ରାଶି- ଏହି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ । ଆମଦାନୀରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଟଙ୍କା ସଞ୍ଚୟ କରିବେ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଦାୟିତ୍ୱ ମିଳିବ ।

ବୃଷ ରାଶି- କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ନୂଆ ଘର, ଗାଡି କିଣିବାର ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.