ଭୁବନେଶ୍ବର, ୯।୧୨ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ  ଭିଜିଲାନ୍ସ  ହାତରେ ଧରାପଡିଛନ୍ତି।  

ସବପ୍ଲଟ ରେଜିଷ୍ଟ୍ରି ସେଲଡିଡ୍‌ କରିବାକୁ ୨୦ ହଜାର ଟଙ୍କା ଦେବଜାନୀ ଦାବି କରିଥିଲେ। ଏ  ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଏଥିସହ  ଦେବଜାନୀଙ୍କ ଅଫିସ ଓ ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।