ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଖଣ୍ଡଗିରି ମେଳାକୁ ଆଉ ୩ ଦିନ...ଆସିଲେଣି ବେପାରୀ, ହେଲାଣି ସାଜସଜ୍ଜା

Published By : Prameya | February 2, 2025 1:35 PM

ଭୁବନେଶ୍ୱର,୦୨/୦୨: ଯଜ୍ଞ ପାଇଁ  ହୋମକୁଣ୍ଡ ପ୍ରସ୍ତୁତ କରାଯାଉଛି । ସାଧୁମାନେ ମାଟିରେ କୁଣ୍ଡ କରି ତହିଁରେ ଗୋବର ଓ ମାଟି  ଲେପ ଦେଉଛନ୍ତି । ସେମାନଙ୍କ ରହଣି ପାଇଁ  ଅସ୍ଥାୟୀ ଘର ତିଆରି ହେଉଛି । ସେହିପରି ଭିଡ଼  ହଟେଇବାକୁ ରାସ୍ତା ପାଶ୍ୱର୍ରେ ଲୁହାର ବାରିକେଡ୍‌ ଖଞ୍ଜା ଯାଉଛି । ବାହାର ରାଜ୍ୟରୁ ଖେଳଣା, ଫୁଲ  ବେପାରୀ ଓ ଦୋଳି ବେପାରୀମାନେ ମଧ୍ୟ ଆସି  ଖଣ୍ଡଗିରିରେ ପହଞ୍ଚିଲେଣି । ଯାତ୍ରା ପାଇଁ ମଧ୍ୟ  ପେଣ୍ଡାଲ ସଜ୍ଜା ଚାଲିଛି ।  

ତିନି ଦିନ ପରେ ଐତିହାସିକ ଖଣ୍ଡଗିରି  ମେଳା । ସେଥିପାଇଁ ପାହାଡ଼ ପାଦଦେଶଠାରୁ  ନେଇ ଜାଗମରା ରାସ୍ତା, ଖଣ୍ଡଗିରି ବାରି ଓ  ବିଭିନ୍ନ ଯାତ୍ରା ପେଣ୍ଡାଲରେ ପ୍ରସ୍ତୁତି ଶେଷ  ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୪ ତାରିଖରୁ  ହୋମଯଜ୍ଞରେ ଖଣ୍ଡଗିରି ପାହାଡ଼ କମ୍ପିବ ।  ଚଳିତବର୍ଷ ପ୍ରୟାଗରାଜରେ କୁମ୍ଭମେଳା  ଚାଲୁଥିବାରୁ ପ୍ରତିବର୍ଷ ଯେଉଁଭଳି ଦେଶର  କୋଣ ଅନୁକୋଣରୁ ସାଧୁସନ୍ଥ ଆସୁଥିଲେ, ଏଥରକ ସେମାନଙ୍କ ସଂଖ୍ୟା କମିପାରେ । ତଥାପି ପୁରୀ, ଢେଙ୍କାନାଳ ସହ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ରୁ ସାଧୁସନ୍ଥ ଆସିବେ  ବୋଲି ଏଠାରେ ପହଞ୍ଚିଥିବା କେତେକ  ସାଧୁସନ୍ଥ କହିଛନ୍ତି । ମେଳା ଆରମ୍ଭରେ  ପାହାଡ଼ ଉପରେ ଜୈନଙ୍କ ପୀଠ ପାଖରେ  ଯଜ୍ଞ ଓ ଚଣ୍ଡୀ ଯଜ୍ଞ ହେବ । ସେହିପରି ମା’  ବାରଭୁଜାଙ୍କ ପାଖରେ ବୈଦିକ ବ୍ରାହ୍ମଣ ସମାଜ  ପକ୍ଷରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ସହ  ନବଦିନାତ୍ମକ ରାମଚରିତ ମାନସ ପାରାୟଣ,  ଗରିବ ବ୍ରାହ୍ମଣ ପିଲାଙ୍କ ସମୂହ ବ୍ରତ କାର୍ଯ୍ୟକ୍ରମ  ରହିଛି । ପାହାଡ଼ ଚାରିପାଖରେ ସାଧୁସନ୍ଥଙ୍କ  ଦ୍ୱାରା ୧୦୮ କୁଣ୍ଡୀୟ (ଧୂନି ଯଜ୍ଞ) କରାଯିବ  

ଖଣ୍ଡଗିରି ମେଳା ଆସିଲେ ବଞ୍ଜାରାଙ୍କ  ଭିଡ଼ ଜମେ । ସେମାନେ ରାସ୍ତାପାଶ୍ୱର୍ରେ ବସି  ବେପାର କରନ୍ତି । ହେଲେ ଏଥରକ ଏହା  ଉପରେ ଅଙ୍କୁଶ ଲଗାଇବା ପାଇଁ ରାସ୍ତାପାଶ୍ୱର୍ରେ  ବାରିକେଡ୍‌ ତିଆରି କରାଯାଇଛି । ମେଳା  ବେଳେ ଅସ୍ଥାୟୀ ଶୌଚାଳୟ ନଥିବାରୁ  ଲୋକେ ରାସ୍ତା ଉପରେ ପରିସ୍ରା କରନ୍ତି ।  ବିଶେଷକରି ଓଭରବ୍ରିଜ୍‌ ତଳ ଦୁର୍ଗନ୍ଧରେ  ଫାଟିପଡ଼େ । ତେଣୁ ଏଥରକ ଅସ୍ଥାୟୀ  ଶୌଚାଳୟ କରିବାକୁ ସ୍ଥାନୀୟ ବ୍ୟବସାୟୀମାନେ  ଦାବି କରିଛନ୍ତି ।

ସୂଚନାଯୋଗ୍ୟଯେ, ଗତ  ଜାନୁଆରୀ ୧୦ରୁ ବିଶ୍ୱ ସନାତନ ବୈଦିକ ଧର୍ମ  ପରିଷଦ ପକ୍ଷରୁ ପାହାଡ଼ ପାଦଦେଶରେ ପୂର୍ଣ୍ଣ  କୁମ୍ଭମେଳା ଆରମ୍ଭ ହୋଇସାରିଛ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.