ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଏମସି କମିଶନରଙ୍କ କଡ଼ା ଚେତାବନୀ, ଏଥର ଯାତ୍ରାରେ ନଗ୍ନତା ସଂପୂର୍ଣ୍ଣ ବ୍ୟାନ୍

Published By : Prameya | February 3, 2025 11:04 AM

ଭୁବନେଶ୍ୱର,୨୬/୦୧:  ଏଥର ଯାତ୍ରାରେ ନଗ୍ନତା ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କଲେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ। ଯାତ୍ରା ପାର୍ଟି ମାଲିକଙ୍କୁ ଦିଆଗଲା ଶେଷ ଚେତାବନୀ। ଖଣ୍ଡଗିରିର ମର୍ଯ୍ୟାଦା ହାନି ନ କରିବାକୁ ପାର୍ଟି ମାଲିକଙ୍କୁ କୁହାଯାଇଛି। ନିୟମ ଉଲଙ୍ଘନ କଲେ ଆଇନ ଅନୁଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର।

ଦିନ ପରେ ପ୍ରସିଦ୍ଧ ଖଣ୍ଡଗିରି ମେଳା । ଫେବ୍ରୁଆରୀ ୪ରୁ କୁମ୍ଭମେଳା  ଆରମ୍ଭ ହେଉଥିବା ବେଳେ ୬ରୁ ଯାତ୍ରା ମହାସମର । ୧୪ ଦିନ ଧରି କମ୍ପିବ ଖଣ୍ଡଗିରି-ଉଦୟଗିରି ପାହାଡ଼ ପାଦଦେଶ । ଖଣ୍ଡଗିରି  ଯାତ୍ରା ମହାସମରକୁ ଶାନ୍ତିଶୃଙ୍ଖଳା ସହିତ ସଂପାଦନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ବିଏମ୍‌ସି କମିଶନର। ଖଣ୍ଡଗିରି କୁମ୍ଭମେଳାରେ ପ୍ରତ୍ୟେକ କମିଟିର ପ୍ରତ୍ୟେକ ସଦସ୍ୟ  ପ୍ରଶାସନ ଯଥା-ପୁଲିସ, ଟ୍ରାଫିକ୍‌, ଦମକଳ, ବିଏମ୍‌ସି  ଇତ୍ୟାଦି ବିଭାଗକୁ ଯଥା ସମ୍ଭବ ସହଯୋଗ କରିବେ । ଯଦ୍ୱାରା ପ୍ରଶାସନ ଖଣ୍ଡଗିରି କୁମ୍ଭମେଳାରେ ମେଳା  ସହିତ ଅପେରାକୁ ସୂଚାରୁରୂପେ ପରିଚାଳନା କରିପାରିବେ। ଯାତ୍ରା କମିଟିର ପ୍ରତ୍ୟେକ ସଦସ୍ୟ  କମିଟିର ପରିଚୟପତ୍ର ବ୍ୟବହାର କରିବାକୁ ବାଧ୍ୟ । କୌଣସି ଯାତ୍ରା କମିଟି ମଞ୍ଚରେ ସେଲିବ୍ରିଟି, ଆଇଟମ୍‌ ଗାର୍ଲ କିମ୍ବା କୌଣସି ନଗ୍ନତାକୁ ପ୍ରଶ୍ରୟ  ଦେବେନାହିଁ । ଯାତ୍ରା କମିଟିମାନେ ଯାତ୍ରା ପରିବେଶଣ ହେଉଥିବା ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବେ ।  ପ୍ରଭୁ ଅନନ୍ତକେଶରୀଙ୍କ ପଟୁଆର ସମୟରେ ସମସ୍ତ  ଯାତ୍ରା କମିଟି ଯଥାସମ୍ଭବ ସାମିଲ ହୋଇ ପଟୁଆରକୁ ସୂଚାରୁ ରୂପେ ସଂପାଦନ କରିବେ । ଯାତ୍ରା କମିଟି  ସଦସ୍ୟମାନେ ଅପେରା ପରିବେଷଣ ସମୟରେ ମଦ୍ୟପାନ ନ କରିବାକୁ କୁହାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.