ନୂଆଦିଲ୍ଲୀ : ଚଳିତ ଆଇପିଏଲରେ କୋଲକାତାର ପ୍ରଥମ ବିଜୟ । ରାଜସ୍ଥାନକୁ ୪ ଓ୍ବିକେଟରେ ହରାଇଲା କୋଲକାତା । ୨ ବଲ ପୂର୍ବରୁ ୧୫୬ ରନର ବିଜୟ ଲକ୍ଷ୍ୟ ପୂରଣ କଲା KKR । ଦଳର ଉପଅଧିନାୟକ ରିଙ୍କୁ ସିଂହଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦଳ ଚାଖିଛି ଚଳିତବର୍ଷର ପ୍ରଥମ ବିଜୟ ସ୍ବାଦ । ୩୪ ବଲରୁ ୫୩ ରନର ପାଳି ଖେଳିଛନ୍ତି ରିଙ୍କୁ । ତାଙ୍କ ସହ ଅନୁକୂଳ ରୟ ୧୬ ବଲରୁ ୩୯ ରନ କରି ଦଳର ବିଜୟ ପ୍ରମୁଖ ସାରଥୀ ପାଲଟିଛନ୍ତି ।

୧୫୬ ରନକୁ ପିଛା କରୁଥିବାବେଳେ କୋଲକାତା ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିଲା । ଦୁଇ ଓପନର ସେଫର୍ଟ ଏବଂ ରାହାଣେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ପରେ ରଘୁବଂଶୀ ଏବଂ ଗ୍ରୀନ କିଛି ସମୟ ଦଳର ସ୍କୋର ଆଗକୁ ବଢ଼ାଇଥିଲେ । ରଘୁବଂଶୀ ୧୯ ବଲରୁ ୧୦ ରନ୍ କରିଥିବାବେଳେ ଗ୍ରୀନ୍ ୧୩ ବଲରୁ ୨୭ ରନ କରିଥିଲେ । ରମଣଦୀପ ସିଂହ ୧୩ ବଲରୁ ୧୦ ରନ କରିଛନ୍ତି । ସେପଟେ ଜାଡେଜା ରାଜସ୍ଥାନ ପକ୍ଷରୁ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରାଜସ୍ଥାନ । ଦଳ ୯ ଓ୍ବିକେଟ ହରାଇ ୧୫୫ ରନ୍ କରିଥିଲା। ଦଳର ଦୁଇ ଓପନର ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଭଲ ଆରମ୍ଭ କରିଥିଲେ । ଜୟସ୍ବାଲ ୩୯ ରନ କରିଥିବାବେଳେ ସୂର୍ଯ୍ୟବଂଶୀ ୪୬ ରନ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରାଗ ୧୨ ଏବଂ ହେଟମାୟାର ୧୫ କରିଥିଲେ। ଆଜିର ମ୍ୟାଚରେ ପୁଣି ବ୍ୟାଟିଂରେ ଫ୍ଲପ ହୋଇଛନ୍ତି ରବିନ୍ଦ୍ର ଜାଡେଜା । ସେ ୭ ବଲରୁ ୯ ରନ କରିବାରେ ସକ୍ଷମ ହୋଇଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

​​​​​​​

ଯଦିଓ ପ୍ରଥମରୁ କୋଲକାତା ବୋଲରଙ୍କ ଉପରେ ସୂର୍ଯ୍ୟବଂଶୀ ଏବଂ ଜୟସ୍ବାଲ ମହଙ୍ଗା ପଡ଼ିଥିଲେ ତଥାପି ଶେଷ ସମୟରେ ଟ୍ରାକକୁ ଫେରିଥିଲେ । ଦୁଇ ସ୍ପିନର ବରୁଣ ଏବଂ ନାରାୟଣ ରାଜସ୍ଥାନ ବ୍ୟାଟିଂକୁ ଧ୍ବଂସ କରିଥିଲେ । ସୁନୀଲ ନାରାୟଣ ୨, ବରୁଣ ଚକ୍ରବବର୍ତ୍ତୀ ୩ ଏବଂ କାର୍ତ୍ତିକ ତ୍ୟାଗୀ ୩ଟି ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।