ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବାରିପଦାରେ ବୁଲିଲା ଭୁଜାଲି; ଯୁବକଙ୍କୁ ବିଚ୍ ରାସ୍ତାରେ ସଂଘବଦ୍ଧ ଆକ୍ରମଣ

Published By : Prameya | July 2, 2025 11:42 AM

ବାରିପଦା ୦୨/୦୭: ଅଶାନ୍ତ ହେଲା ବାରିପଦା। ରାସ୍ତାରେ ବୁଲିଲା ଭୁଜାଲି। ଷ୍ଟେସନ୍ ବଜାର ସ୍ଥିତ ମଦ ଦୋକାନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ। ବିଚ୍‌ ରାସ୍ତାରେ ଯୁବକଙ୍କୁ ଅତର୍କିତ ଭୁଜାଲି ମାଡ଼। ଆହତ ଅବସ୍ଥାରେ ଯୁବକ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି। ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ। ଏହି ଘଟଣାରେ ଟାଉନ୍ ଥାନା ପୁଲିସ ମାମଲା ଛାନ୍‌ଭିନ୍ କରୁଛି।

ସୂଚନା ମୁତାବକ, ଷ୍ଟେସନ ବଜାର ନିକଟରେ ଜଣେ ଯୁବକ ପରିବା କିଣୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର୍ ହୋଇଯାଇଥିଲେ  । ପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପିଆର ଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ଯୁବକ ବିହାର ଶାସ୍ରମ୍ ଗ୍ରାମର ମନା ଯାଦବ। ସେ ଦୁଇ ମାସ ତଳେ ବାରିପଦା ଆସି ଷ୍ଟେସନ ବଜାର ଅଞ୍ଚଳରେ ଏକ ବିଦେଶୀ ମଦ ଦୋକାନରେ କର୍ମଚାରୀ ଭାବେ କାମ କରୁଥିଲେ। ଗତକାଲି ମଦ କାଉଣ୍ଟରରେ କିଛି ଯୁବକଙ୍କ ସହିତ ଝଗଡ଼ା ହୋଇଥିଲା । ତେବେ ସେହି ଗଣ୍ଡଗୋଳକୁ କେନ୍ଦ୍ର କରି ବୁଧବାର ମନା ଯାଦବଙ୍କ ଉପରେ ଆକ୍ରମଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.