​​​​​​​ଆଜିକାଲିର ଯୁବପିଢ଼ି, ବିଶେଷକରି ୨୦ରୁ ୩୦ ବର୍ଷ ବୟସର ପ୍ରଫେସନାଲମାନେ (ଯେପରିକି ଆଇଟି, କର୍ପୋରେଟ୍, ବ୍ୟାଙ୍କିଙ୍ଗ୍ ଇତ୍ୟାଦିରେ କାମ କରୁଥିବା ଯୁବକ-ଯୁବତୀମାନେ) ପ୍ରି-ଡାଇବେଟିସ୍ ବିପଦର ସମ୍ମୁଖୀନ ହେଉଛନ୍ତି। ଭାରତରେ ଏହି ସମସ୍ୟା ଖୁବ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ସଦ୍ୟ ଏକ ରିପୋର୍ଟ ଅନୁସାରେ, ୧୮ରୁ ୪୦ ବର୍ଷ ବୟସର ପ୍ରାୟ ୧୮% ଯୁବକମାନଙ୍କ ଠାରେ ଡାଇବେଟିସ୍ ଚିହ୍ନଟ ବେଳେ ପ୍ରାୟ ଏକ ଚତୁର୍ଥାଂଶ ଲୋକଙ୍କ ଠାରେ ପ୍ରି-ଡାଇବେଟିସ୍ ରହିଛି। ଏହା ଏକ ଚେତାବନୀର ସଙ୍କେତ, ଯାହାକି ପରେ ପୂର୍ଣ୍ଣ ଡାଇବେଟିସରେ ପରିଣତ ହୋଇପାରେ।

ପ୍ରି-ଡାଇବେଟିସ୍ କଣ?

ପ୍ରି-ଡାଇବେଟିସ୍ ହେଉଛି ରକ୍ତରେ ଶର୍କରାର ମାତ୍ରା ସାଧାରଣ ଠାରୁ ଅଧିକ ହୋଇ ଯିବା,କିନ୍ତୁ ଏବେସୁଦ୍ଧା ଏହାପୂର୍ଣ୍ଣ ଡାଇବେଟିସ୍ ହୋଇନାହିଁ। ଏହାକୁ ସଠିକ୍ ସମୟରେ ନିୟନ୍ତ୍ରଣ କଲେ ଡାଇବେଟିସ୍ ହେବାକୁ ରୋକା ଯାଇ ପାରେ।

କଣ କୁହନ୍ତି ଏକ୍ସପର୍ଟ - ସିକେ ବିର୍ଲା ହସ୍ପିଟାଲ (ଦିଲ୍ଲୀ)ର ଇଣ୍ଟରନାଲ ଚିକିତ୍ସକ ଡାକ୍ତର ମନୀଷା ଅରୋରା କୁହନ୍ତି , ପ୍ରି-ଡାଇବେଟିସ୍‌ର ସମସ୍ୟା ପ୍ରଥମେ ଅଧିକାଂଶ ମିଡ୍ ଏଜ୍ କିମ୍ୱା ବୟସ୍କ ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା , କିନ୍ତୁ ଏବେ ଏହା ୨୦ବର୍ଷ ବୟସ ଯୁବ ପ୍ରଫେସନାଲଙ୍କୁ ମଧ୍ୟ ଖୁବ୍ ଜୋରରେ ଘେରି ରହିଛି। ଭାରତରେ ପ୍ରି-ଡାଇବେଟିସର ରାଷ୍ଟ୍ରୀୟ ପ୍ରଚଳନ ହାର ୧୫.୩ ପ୍ରତିଶତ ଓ ଯୁବବର୍ଗ ମଧ୍ୟ ବହୁ ସଂଖ୍ୟାରେ ଏହି ସମସ୍ୟାରେ ପ୍ରଭାବିତ । ଯାହା ଏହି କଥା ଆଡ଼କୁ ସଙ୍କେତ ଦିଏ ଯେ, ଭାରତରେ ମେଟାବଲିକ୍ ସିଫ୍ଟ ଖୁବ୍ ଜୋରରେ ହେଉଛି।

କାହିଁକି ୨୦ ବର୍ଷ ବୟସର ପ୍ରଫେସନାଲମାନଙ୍କ ମଧ୍ୟରେ ଏହା ବଢ଼ୁଛି? ଭାରତୀୟ ଯୁବକମାନଙ୍କର ଜୀବନଶୈଳୀ ଦ୍ରୁତ ପରିବର୍ତ୍ତନ ହେଉଛି, ଯାହା ଏହି ବିପଦକୁ ବଢ଼ାଇଛି।

ମୁଖ୍ୟ କାରଣଗୁଡ଼ିକ ହେଲା :

ଅଧିକ କାର୍ବୋହାଇଡ୍ରେଟ୍ ଓ ଫ୍ୟାଟ୍ ଯୁକ୍ତ ଖାଦ୍ୟ –ଫାଷ୍ଟଫୁଡ୍,ପ୍ରସେସଡ୍‌ ଫୁଡ୍,ଚାଉଳ-ରୁଟି ଅଧିକ ଖାଇବା ଏବଂ ଅନିୟମିତ ଭୋଜନ।

 ଲାଇଫଷ୍ଟାଇଲ୍ – ଦୀର୍ଘ ସମୟ ବସି ରହି କାମ କରିବା (ଡେସ୍କ ଜବ୍),ବ୍ୟାୟାମର ଅଭାବ।

ଷ୍ଟ୍ରେସ୍ ଓ ଖରାପ ନିଦ –ଜବ୍ ପ୍ରେସର୍,ଡେଡ୍ ଲାଇନ୍,ନାଇଟ୍ ଶିଫ୍ଟ୍ ଯୋଗୁଁ ଷ୍ଟ୍ରେସ୍ ହରମୋନ୍ ବଢ଼େ,ଯାହା ଇନସୁଲିନ୍ ରେଜିଷ୍ଟାନ୍ସ ବଢ଼ାଏ।

ଭାରତୀୟ ଜେନେଟିକ୍ ପ୍ରବଣତା – ଭାରତୀୟମାନେ କମ୍ ଓଜନରେ ମଧ୍ୟ (ବିଶେଷକରି ପେଟରେ ଚର୍ବି) ଡାଇବେଟିସ୍ ହେବାର ବିପଦ ଅଧିକ। ଦେଖାଯାଏ ପ୍ରଫେସନାଲ ମାନଙ୍କ ଭିତରେ ଚର୍ବି ଜମିଥାଏ।

ଅର୍ବାନ୍ ଲାଇଫଷ୍ଟାଇଲ୍ ଓ କାର୍ଯ୍ୟସ୍ଥଳର ପରିବେଶ –ଅନିୟମିତ ଖାଦ୍ୟ,କମ୍ ଶାରୀରିକ ପରିଶ୍ରମ,ସ୍ମାର୍ଟଫୋନ୍ ଅଧିକ ବ୍ୟବହାର ଯୋଗୁଁ ନିଦ ଖରାପ ହୁଏ। ଏହି ସମସ୍ୟା ବିଶେଷକରି ସହରାଞ୍ଚଳରେ ଅଧିକ ଦେଖାଯାଉଛି ଯେଉଁଠାରେ ଯୁବ ପ୍ରଫେସନାଲମାନେ ଅଧିକ ରହୁଛନ୍ତି।

ଏହାର ଲକ୍ଷଣ ଓ ପରୀକ୍ଷା : ପ୍ରି-ଡାଇବେଟିସର ପ୍ରାୟତଃ କୌଣସି ଲକ୍ଷଣ ଦେଖାଏ ନାହିଁ,କିନ୍ତୁ କେତେକ ସମୟରେ ଥକ୍କା,ଅଧିକ ଶୋଷ ଲାଗିବା,ଓଜନ ବୃଦ୍ଧି କିମ୍ବା ହାଲିଆ ହେବା ଦେଖାଯାଇ ପାରେ। ନିୟମିତ HbA1c ଟେଷ୍ଟ କରାଇବା ସର୍ବୋତ୍ତମ ଉପାୟ।

ଏହାର ପ୍ରତିରୋଧ କିପରି କରିବେ ?

ଦୈନିକ ୩୦-୪୫ ମିନିଟ୍ ବ୍ୟାୟାମ (ଚାଲିବା,ଜିମ୍,ଯୋଗ କରିବା)।

ସନ୍ତୁଳିତ ଖାଦ୍ୟ : ଶାଗ,ଫଳ,ପ୍ରୋଟିନ୍ ଅଧିକ ଖାଆନ୍ତୁ,ଚିନି ଓ ପ୍ରସେସଡ୍ ଫୁଡ୍ କମ୍ କରନ୍ତୁ।

ଷ୍ଟ୍ରେସ୍ କମାନ୍ତୁ : ମେଡିଟେସନ୍,୭-୮ ଘଣ୍ଟାରଭଲ ନିଦ୍ରା। ନିୟମିତ ସ୍କ୍ରିନିଙ୍ଗ୍ କରାନ୍ତୁ,ବିଶେଷକରି ଯଦି ପରିବାରରେ ଡାଇବେଟିସ୍ ହିଷ୍ଟ୍ରି ଅଛି।