ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଇଶ୍ବର ବିଶ୍ବାସୀ । ଅନେକ ସମୟରେ ଏହି ଦମ୍ପତ୍ତି ଠାକୁରଙ୍କ ଶରଣ ନେଉଥିବା ଦେଖିବାକୁ ମିଳେ । ଏବେ ଏହି ଦମ୍ପତ୍ତି ବୃନ୍ଦାବନରେ ବାବା ପ୍ରେମାନନ୍ଦ ମହରାଜଙ୍କୁ ଯାଇ ଦର୍ଶନ କରିଛନ୍ତି । ଏବଂ ଉଭୟ ଏଠାରେ ବସି ପ୍ରବଚନ ମଧ୍ୟ ଶୁଣିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ୟୁଜର୍ସମାନେ ବିରାଟ-ଅନୁଷ୍କାଙ୍କ ଭକ୍ତି-ଭାବ ଭିଡିଓକୁ ସେୟାର କରୁଥିବାବେଳେ ସକରାତ୍ମକ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି ।

ବିରାଟ କୋହଲି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ପରବର୍ତ୍ତୀ ମ୍ୟାଚରେ ତାଙ୍କ ଦଳ ଆରସିବି ଦିଲ୍ଲୀକୁ ଭେଟିବ । ଏହା ପୂର୍ବରୁ ଦଳ ଏବେ ଦିଲ୍ଲୀରେ ଅଛି । ମ୍ୟାଚ୍ ଖେଳିବା ପୂର୍ବରୁ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିବାବେଳେ ପ୍ରେମାନନ୍ଦଙ୍କୁ ଭେଟିଛନ୍ତି । ସେଠାରେ ଉପସ୍ଥିତ ସାଧାରଣ ଲୋକଙ୍କ ଭିଡ଼ରେ ବସି ପ୍ରବଚନ ଶୁଣିଥିଲେ । ଏହାସହ ସେମାନେ କୃଷ୍ଣଭକ୍ତିରେ ମଜିଥିବା ଦେଖିବାକୁ ମିଳିଛି । ପ୍ରବଚନ ଶୁଣିବା ପରେ ଦମ୍ପତ୍ତି ବାହାରକୁ ଆସିଥିଲେ ।

ବିରାଟ ବାହାରକୁ ବାହାରୁଥିବା ସମୟର ଭିଡିଓ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଫ୍ୟାନ୍ସମାନେ ତାଙ୍କୁ ଭେଟିବା ପାଇଁ ଭିଡ଼ ଜମାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେଲଫି ନେବାକୁ ଫ୍ୟାନ୍ସମାନେ ଭିଡ଼ ଜମାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ବିରାଟ ଚଳିତବର୍ଷ ଦ୍ବିତୀୟଥର ପାଇଁ ବୃନ୍ଦାବନ ଯାଇଛନ୍ତି । ଜାନୁଆରୀ ମାସରେ ଏହି ଦମ୍ପତ୍ତି ଦୁଇ ଛୁଆଙ୍କ ସହ ଆସିଥିଲେ । ମାତ୍ର ୨୦୨୫ ମସିହାରେ ସେମାନେ ତିନିଥର ଆସି ଦର୍ଶନ କରିଥିଲେ ।

କହି ରଖୁଛୁ କି, ବିରାଟ କୋହଲି ଏବେ ଲଣ୍ଡନରେ ପରିବାର ସହ ରହୁଛନ୍ତି । କେବଳ ମ୍ୟାଚ ଖେଳିବା ପାଇଁ ଭାରତ ଗସ୍ତରେ ଆସୁଛନ୍ତି ବିରାଟ । ସେପଟେ ଅନୁଷ୍କା ମଧ୍ୟ ୮ ବର୍ଷ ହେବ କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ପରିବାର ନିଜ ଛୁଆଙ୍କ ସହ ବିଦେଶରେ ରହୁଛି । ସେପଟେ ଅନୁଷ୍କା ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ଜୀନ କାହାଣୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଫିଲ୍ମ କିନ୍ତୁ ଏଯାବତ ରିଲିଜ୍ ହୋଇନାହିଁ ।

ଏହାସହ ପଢ଼ନ୍ତୁ : ହାର୍ଦ୍ଦିକଙ୍କଠାରୁ ଅଧିନାୟକ ପଦ ଛଡ଼ାଇପାରେ ମୁମ୍ବାଇ ଇଣ୍ଡିଆନ୍ସ, ପୂର୍ବତନ କ୍ରିକେଟରଙ୍କ ବଡ଼ ଦାବି