ନୂଆଦିଲ୍ଲୀ : ଆଇପିଏଲ ମଝିରେ ହାର୍ଦ୍ଦିକଙ୍କଠାରୁ ଅଧିନାୟକ ପଦ ଛଡ଼ାଇ ନେଇପାରେ ମୁମ୍ବାଇ ଇଣ୍ଡିଆନ୍ସ । ଜଣେ ପୂର୍ବତନ କ୍ରିକେଟର ଏଭଳି ଦାବି ଉପସ୍ଥାପନ କରିଛନ୍ତି । ଚଳିତ ସିଜିନରେ ମୁମ୍ବାଇ ନିଜର ୫ଟି ମ୍ୟାଚରୁ ୪ ପରାଜୟ ସହ ପଏଣ୍ଟ ଟେବୁଲର ତଳେ ରହିଛି । ଯାହା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ପଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚେପ୍ରା ଏକ ଭିଡିଓ ମାଧ୍ୟମରେ ଉଠାଇଛନ୍ତି ପ୍ରଶ୍ନ ।
ଆକାଶ ଚୋପ୍ରା ଏକ ସମୀକ୍ଷା କରି ରିପୋର୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ମୁମ୍ବାଇ ୫ ମ୍ୟାଚରେ ୯୭୨ ରନ୍ ବ୍ୟୟ କରିଛି । ଇକୋନୋମି ୧୦.୨୬ ଉପରେ ରହିଛି । ଏଥିରୁ ବୋଲରଙ୍କ ପ୍ରଭାବ କମିଥିବା ଜଣାପଡ଼ିଛି । ଏହାସହ ବୋଲରମାନେ ଓ୍ବିକେଟ ନେବାରେ ବିଫଳ ହୋଇଛନ୍ତି । ଏହାସହ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଯଦି ନଜର ପକାଇବା ତାହେଲେ ସେ ୪ ମ୍ୟାଚରେ ୮୧ ରନ କରିଥିବାବେଳେ ମାତ୍ର ୨ଟି ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ଯାହାକି ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନର ନୈରାଶ୍ୟଜନକକୁ ମଧ୍ୟ ଜଣାପକାଉଛି ।
ଏହାସହ ଆକାଶ କହିଛନ୍ତି କି, ଏବେ ହାର୍ଦ୍ଦିକଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠିଥିବାବେଳେ ତାଙ୍କ ବଦଳରେ ରୋହିତଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରାଯାଉ । ଯାହାକି ଫ୍ୟାନ୍ସମାନେ ମଧ୍ୟ ଚାହୁଁଛନ୍ତି । ଟିମ୍ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ରୋହିତଙ୍କ ଅଭିଜ୍ଞତା ରହିଛି । ଏଣୁ ଏହାର ଫାଇଦା ମୁମ୍ବାଇ ଇଣ୍ଡିଆନ୍ସ ଉଠାଇବା ଜରୁରୀ ବୋଲି ସେ କହିଛନ୍ତି । ଅଧିନାୟକ ହାର୍ଦ୍ଦିକ ଜଣେ ଦକ୍ଷ ଅଲରାଉଣ୍ଡର ହୋଇଥିବାବେଳେ ସେ ବିପକ୍ଷ ଦଳ ଉପରେ ପ୍ରଭାବ ପକାଇଲେ ବାକି ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରିପାରନ୍ତେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଏହାସହ ଦଳର ଖେଳାଳିଙ୍କ ଫର୍ମ ମଧ୍ୟ ବଡ଼ ଚିନ୍ତାର ବିଷୟ ବୋଲି କହିଛନ୍ତି ।
ଏହାସହ ପଢ଼ନ୍ତୁ : କାହିଁକି ଦୁଃଖୀ ହେଲେ ବୈଭବ ସୂର୍ଯ୍ୟବଂଶୀ ? ଭିଡିଓ ଭାଇରାଲ…