ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଆଇପିଏଲ୍‌ ୨୦୨୪: ତୃତୀୟ ଥର ପାଇଁ ଟ୍ରଫି ହାତେଇଲା କୋଲକାତା ନାଇଟ୍‌ ରାଇଡର୍ସ; ୮ ଓ୍ବିକେଟରେ ହାଇଦ୍ରାବାଦକୁ ଦେଲା ମାତ୍‌

ଚେନ୍ନାଇ,୨୬/୦୫: ଆଇପିଏଲ୍‌ ୨୦୨୪ର ଟ୍ରଫି ହାତେଇଲା କୋଲକାତା ନାଇଟ ରାଇଡର୍ସ। ଏହି ବିଶାଳ ବିଜୟ ସହିତ ଆଇପିଏଲ୍‌ ଇତିହାସରେ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି କେକେଆର୍‌। ଆଇପିଏଲ୍ ୨୦୨୪ ର ଚୁଡ଼ାନ୍ତ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି। ଏଥି ସହିତ କେକେଆର୍ ତୃତୀୟ ଥର ଆଇପିଏଲ୍ ଟାଇଟଲ୍ ହାତେଇଛି। ନିର୍ଣ୍ଣାୟକ ମୁକାବିଲାରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ କେକେଆର ବୋଲରଙ୍କ ଧୁଆଁଧାର ବୋଲିଂ ଆଗରେ ମାଟି କାମୁଡ଼ିଥିଲେ ହାଇଦ୍ରାବାଦ ଦଳ। 

ଏସ୍‌ଆର୍‌ଏଚ୍‌ ମାତ୍ର ୧୮.୩ ଓଭର ବେଳକୁ ସମସ୍ତ ଓ୍ବିକେଟ ହରାଇ ୧୧୩ ରନ୍ କରିଥିଲା। ୧୧୪ ରନ୍‌ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ ଏଗାର ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ଟାର୍ଗେଟ ପୂରା କରିଛି। କେକେଆର୍ ପକ୍ଷରୁ ଭେଙ୍କଟେଶ ଆୟର୍ ମାତ୍ର ୨୬ ବଲରେ ୫୨ ରନ୍ ସଂଗ୍ରହ କରି ଅପରାଜିତ ମ୍ୟାଚ୍ ଜିତିଥିଲେ। ତାଙ୍କ ବ୍ୟାଟରୁ ୪ଟି ଚୌକା ଓ ୩ଟି ଛକା ବାହାରିଥିଲା। ବୋଲିଂରେ ଆଣ୍ଡ୍ରେ ରସେଲ, ମିଚେଲ ଷ୍ଟାର୍କ ଏବଂ ହର୍ଷିତ ରାଣା ଦମ୍‌ଦାର ପ୍ରଦର୍ଶନ କରିଥିଲେ। ରସେଲ ୩ ୱିକେଟ୍ ନେଇଥିବା ବେଳେ ଷ୍ଟାର୍କ ଏବଂ ରାଣା ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା।

କୋଲକାତା ବ୍ୟାଟିଂ:

୧୧୪ ରନ୍‌ର ଅତି ଛୋଟ ଲକ୍ଷ୍ୟକୁ ଡିଫେଣ୍ଡ କରିବାକୁ ମଇଦାନକୁ ଓହ୍ଲାଇଥିବା କେକେଆରର ଭଲ ଆରମ୍ଭ କରିପାରି ନଥିଲା କାରଣ ସୁନିଲ ନାରିନ ତାଙ୍କ ଇନିଂସର ପ୍ରଥମ ବଲରେ ଛକା ମାରିବା ପରେ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। କୋଲକାତା ବିପକ୍ଷ ମ୍ୟାଚରେ ନାରିନଙ୍କ ବ୍ୟାଟ୍ ପୁଣି ଥରେ ନୀରବ ରହିଥିଲା। ଏହା ପରେ ରହମାନୁଲ୍ଲା ଗୁରୁବାଜ ଗୋଟିଏ ପ୍ରାନ୍ତରୁ ଦୃଢ଼ ଭାବେ ଠିଆ ହୋଇଥିଲେ ଏବଂ ଅନ୍ୟ ପଟେ ଭେଙ୍କଟେଶ ଆୟର ଅର୍ଦ୍ଧଶତକ କରି ଅପରାଜିତ ରହିଥିଲେ। ଗୁରୁବାଜ ଏବଂ ଆୟରଙ୍କ ଯୋଡି ପାୱାରପ୍ଲେ ଓଭରରେ ଗୋଟିଏ ୱିକେଟ୍ ହରାଇ ଦଳର ସ୍କୋରକୁ ୭୨ ରନ୍‌ରେ ପହଞ୍ଚାଇଥିଲେ। ଲଗାତାର ଚାରି ଓ ଛଅ ବର୍ଷା ଜାରି ରଖିଥିବାବେଳେ ହାଇଦ୍ରାବାଦ ବୋଲରମାନେ ସମ୍ପୂର୍ଣ୍ଣ ନିରାଶ ହୋଇଥିଲେ। ୩୨ ବଲରେ ୩୯ ରନ୍ ସ୍କୋର କରିବା ପରେ ଗୁରୁବାଜ ୯ ଓଭରରେ ଆଉଟ୍ ହୋଇଥିଲେ। କିନ୍ତୁ ସ୍କୋରବୋର୍ଡରେ ରନ୍‌ ଧାରା ଜାରି ଥିବାରୁ କେକେଆରର ବିଜୟ ନିଶ୍ଚିତ ଥିଲା। ପରିଶେଷରେ, ଏଗାର ଓଭରରେ ତିନୋଟି ସିଙ୍ଗଲ୍ ନେଇ କେକେଆର୍ ବ୍ୟାଟରମାନେ ୮ ୱିକେଟ୍ ନେଇ ବିଜୟ ନିଶ୍ଚିତ କରିଥିଲେ ଏବଂ ତୃତୀୟ ଥର ପାଇଁ ବିଜୟ ହାସଲ କରିଥିଲେ।

ହାଇଦ୍ରାବାଦ ବ୍ୟାଟିଂ: 

ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ହାଇଦ୍ରାବାଦକୁ ପ୍ରଥମ ୪ ସଭର ଭିତରେ ତିନୋଟି ଗୁରୁତ୍ବପୂର୍ଣ୍ଣ ଓ୍ବିକେଟ ହରାଇଥିଲା। ପ୍ରଥମ ଓଭରର ପଞ୍ଚମ ବଲ୍ରେ ଅଭିଶେକ ଶର୍ମା ମାତ୍ର ଦୁଇ ରନ୍ କରି ଆଊଟ୍ ହୋଇଥିଲେ। ୧.୬ ଓଭର ବେଳକୁ ଟ୍ରାଭିସ୍ ହେଡ୍ ବିନା କୌଣସି ରନ୍ କରି ପାଭିଲିୟନ ଫେରିଥିଲେ। ଏହି ପରି ଭାବରେ ମାତ୍ର ୧୦ ଓଭର ଭିତରେ ଦଳ ୫ଟି ଓ୍ବିକେଟ ହରାଇସାରିଥିଲା। କୋଲକତା ବୋଲରଙ୍କ ଶାଣିତ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଏସ୍ଆର୍ଏସ୍। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ    ଆଡେନ୍ ମାର୍କରମ୍ ୨୦ ରନ୍, ନୀତିଶ ରେଡ୍ଡି ୧୩, ହେନ୍ରିଚ୍ କ୍ଳାସେନ୍ ୧୬ ଏବଂ ପାଟ୍ କମିନ୍ସ ୨୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୧୦ ରନ୍ ବି କରିପାରିନଥିଲେ।

ଯଦି କୋଲକାତାର ବୋଲିଂ କଥା ଆଲୋଚନା କରାଯାଏ, ତେବେ ଫାଇନାଲ ମୁକାବିଲାରେ କୋଲକାତାର ଧ୍ବସ୍ତବିଧ୍ବସ୍ତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଏସ୍‌ଆର୍‌ଏଚ୍‌। କୋଲକାତା ପକ୍ଷରୁ ଆଣ୍ଡ୍ରେ ରସେଲ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ବୈଭବ ଆରୋରା, ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ଏବେ କୋଲକତା ୧୧୪ ରନ୍‌ର ବିଜୟ ଲକ୍ଷକୁ ପିଛା କରି ମଇଦାନକୁ ଓହ୍ଲାଇବ।





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.