ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିବାହ ପ୍ରତିଶ୍ରୁତି ଦେଇ ହୋମ୍‌ଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ମାମଲା, ତତ୍କାଳୀନ ଅତିରିକ୍ତ ଆଇଆଇସିଙ୍କୁ ସର୍ତ୍ତମୂଳକ ଜାମିନ

Published By : Prameya | May 10, 2025 12:12 PM

କଟକ, ୧୦/୦୫: ବିବାହ ପ୍ରତିଶ୍ରୁତି ଦେଇ ଜଣେ  ମହିଳା ହୋମ୍‌ଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା  ଅଭିଯୋଗରେ ଗିରଫ ଜଗତସିଂହପୁର ଥାନାର ତତ୍କାଳୀନ  ଅତିରିକ୍ତ ଆଇଆଇସି ତପନ କୁମାର ନାହାକଙ୍କୁ  ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କଠୋର ସର୍ତ୍ତ ସହ  ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବେ ବୋଲି  ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଜାମିନ  ସର୍ତ୍ତ ଭାବେ ଶ୍ରୀ ନାହାକ ପ୍ରତି ସୋମବାର ଦିନ ୧୦ଟାରୁ  ୧ଟା ମଧ୍ୟରେ ଥାନାରେ ହାଜିରା ପକାଇବେ, ଅନ୍ୟ  କୌଣସି ଅପରାଧିକ କାର୍ଯ୍ୟରେ ସାମିଲ ହେବେ ନାହିଁ  କି ତାଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିବେ ନାହିଁ ।  ଏହାବାଦ୍‌ ଶ୍ରୀ ନାହାକ ସରକାରୀ ଜମିରେ ଶହେଟି ଆମ୍ବ ଓ  ନିମ ଆଦି ଗଛ ଲଗାଇବେ । ଗଛ ଲଗାଇବା ପାଇଁ ଡିଏଫ୍‌ଓ  ଆବଶ୍ୟକ ସହାୟତା ଯୋଗାଇ ଦେବେ । ଅଭିଯୁକ୍ତ ଗଛ  ଲଗାଇଛନ୍ତି କି ନାହିଁ ସ୍ଥାନୀୟ ଥାନା ଅଧିକାରୀ ତଦାରଖ  କରିବେ । କୌଣସି ଗୋଟେ ସର୍ତ୍ତ ଉଲ୍ଲଂଘନ କଲେ  ଜାମିନ ଖାରଜ ହେବ ବୋଲି ହାଇକୋର୍ଟର ବିଚାରପତି  ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି ।  

ମାମଲାରୁ ଜଣାଯାଇଛି ଯେ, ୨୦୨୪ ନଭେମ୍ବର  ୧୭ରେ ଶ୍ରୀ ନାହାକ ହୋମ୍‌ଗାର୍ଡଙ୍କୁ ପାରାଦୀପ ବାଲିଯାତ୍ରା  ଦେଖାଇବା ପାଇଁ ଡାକି ନେଇ ଜଣେ ସମ୍ପର୍କୀୟଙ୍କ  ଘରକୁ ନେଇ ଯାଇଥିଲେ । ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର  ଦେଇ ହୋମଗାର୍ଡଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସେଠାରେ  ଶ୍ରୀ ନାହାକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।  ତେବେ ଶ୍ରୀ ନାହାକଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ  ଥିବା ଜାଣିବା ପରେ ମହିଳା ହୋମ୍‌ଗାର୍ଡ ପ୍ରତିବାଦ  କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।  ମହିଳା ହୋମ୍‌ଗାର୍ଡ ଶ୍ରୀ ନାହାକଙ୍କ ନାଁରେ ଏତଲା  ଦେବା ପରେ ତାଙ୍କୁ ଗତ ଫେବ୍ରୁଆରୀ ୧୯ରେ ଗିରଫ  କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ  ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.