ନୂଆଦିଲ୍ଲୀ, ୧୪/୩ : ପଡ଼ିଲା ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ହାତଗଣ୍ଠି । ବାଲ୍ୟବନ୍ଧୁ ବଂଶୀକାଙ୍କ ହାତ ଧରିଛନ୍ତି ଚାଇନମ୍ୟାନ୍ ଭାବେ ଜଣାଶୁଣା କୁଲଦୀପ ଯାଦବ । ଉତ୍ତରାଖଣ୍ଡର ହିଲ୍ ଷ୍ଟେସନ ମସୁରୀରେ ହୋଇଛି ବାହାଘର । ମସୁରୀର ପ୍ରସିଦ୍ଧ ଲଗଜରୀ ହୋଟେଲ, ଦି ସାଭୋଇ, ବିବାହ ସ୍ଥାନ ଥିଲା, ଯାହାକୁ ସୁନ୍ଦର ଭାବରେ ସଜାଯାଇଥିଲା। ଏହା ସେହି ହୋଟେଲ ଯେଉଁଠାରେ ଟିମ୍ ଇଣ୍ଡିଆର ଷ୍ଟାର ରିଷଭ ପନ୍ତଙ୍କ ଭଉଣୀ ମଧ୍ୟ ଗତ ବର୍ଷ ବିବାହ କରିଥିଲେ।
Kuldeep Yadav with his wife Vanshika Chaddha.
— Sonu (@Cricket_live247) March 14, 2026
Congratulations to both. Wishing them a happy married life. 👍 pic.twitter.com/KYL7fTHwBh
ମେହେନ୍ଦି, ସଙ୍ଗୀତ ଏବଂ ହଳଦୀ ଭଳି ରୀତିନୀତି ପରେ, ସମସ୍ତେ ବିବାହ ଦିନକୁ ଅପେକ୍ଷା କରିଥିଲେ, ଯାହା ମାର୍ଚ୍ଚ ୧୪ ତାରିଖରେ ହୋଇଛି । ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ଘୋଡା ଚଢ଼ି ବିବାହ ଶୋଭାଯାତ୍ରାକୁ ଯାଇଥିଲେ । ଶୋଭାଯାତ୍ରାରେ ଟିମ୍ ଇଣ୍ଡିଆର ଅନେକ ତାରକା ସାମିଲ ଥିଲେ। କୁଲଦୀପଙ୍କ ଘନିଷ୍ଠ ବନ୍ଧୁ ଚହଲ, ତିଲକ ବର୍ମା, ରିଙ୍କୁ ସିଂହ ଏବଂ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଟି. ଦିଲୀପ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାସହ ସମସ୍ତେ ଧୁମ୍ ନାଚିଥିବା ଦେଖିବାକୁ ମିଳିଥିଲା ।
The wedding of Kuldeep Yadav and his wife Vanshika was completed today in Mussoorie. 💐❤️ pic.twitter.com/RINuOfd3JV
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) March 14, 2026
କୁଲଦୀପ-ବଂଶୀକାଙ୍କ ବିବାହ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ୍ କରୁଥିବା ସହ ସେୟାର ମଧ୍ୟ କରୁଛନ୍ତି ।
Tilak Varma, Yuzvendra Chahal, Rinku Singh and T. Dilip dancing in Kuldeep Yadav’s wedding procession.😂❤️🔥
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) March 14, 2026
Kuldeep bhai ki barat🙌 pic.twitter.com/JRfGduOmDf