ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ , ପ୍ରଜାକୋର୍ଟରେ ଦୁଉ ଜଣଙ୍କୁ ହତ୍ୟା କଲା ଲାଲ ବାହିନୀ

ମାଲକାନଗିରି -  ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ବର୍ବରୋଚିତ କାଣ୍ଡ ଦେଖିବାକୁ ମିଳିଛି। ପ୍ରଜାକୋର୍ଟ କରି ମାଓବାଦୀ ମାନେ ଦୁଇଜଣ ଗ୍ରାମବାସୀଙ୍କୁ ହତ୍ୟା କରି ସଂପୃକ୍ତ ଅଞ୍ଚଳରେ ନିଜର ଭୟର ବାତାବରଣ ସୃଷ୍ଟି କରିଛନ୍ତି।

ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ତରେମ ପୋଲିସ ଷ୍ଟେସନ ଅଧୀନରେ ଥିବା ଚୁଟୱାହି ଜଙ୍ଗଲରେ ମାଓବାଦୀ ମାନେ ମାଡଭି ଯୋଗା ଏବଂ ମାଡଭି ହୁଙ୍ଗା ନାମକ ଦୁଇଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ଉଭୟ ଗ୍ରାମବାସୀଙ୍କୁ ମାଓବାଦୀ ମାନେ ଗୋଟିଏ ଦିନ ପୂର୍ବରୁ ଅପହରଣ କରିବା ପରେ ପ୍ରଜା କୋର୍ଟରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟଙ୍କର ଗଳା କାଟି ହତ୍ୟା କରିଥିଲେ।

ଏହି ଘଟଣା ପରେ ମାଓବାଦୀମାନେ ମୃତଦେହକୁ ଉକ୍ତ ଜଙ୍ଗଲରେ ଫିଙ୍ଗି ଦେଇ ଥିଲେ। ମୃତକଙ୍କ ପରିବାର ସଦସ୍ୟ ଜଙ୍ଗଲ ମଧ୍ୟରୁ ଆଣି ଥିବା ବେଳେ ଉଭୟଙ୍କ ମୃତଦେହକୁ ଶୀଘ୍ର ଶବଦାହ କରିବା ପାଇଁ ପରିବାର ଲୋକଙ୍କୁ ମାଓବାଦୀ ମାନେ ଧମକ ଦେଉଥିଲେ। ଏନେଇ ପୋଲିସକୁ ଅବଗତ ନକରିବାକୁ ମଧ୍ୟ ଧମକ ଦିଆ ଯାଇଥିଲା। ତେବେ ଏନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଜାପୁର ଏସପି ଜିତେନ୍ଦ୍ର ଯାଦବ ଏହି ଘଟଣାକୁ ସ୍ପଷ୍ଟ କରି କହିଛନ୍ତି ଯେ, ମାଓବାଦୀ ମାନେ କାହିଁକି ଉଭୟଙ୍କୁ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ସୂଚନା ମିଳିଛି କି, ଗତ ମାର୍ଚ୍ଚ ମାସରେ ଏହି ଗାଁରେ ଗୋଟିଏ ସୁରକ୍ଷା ବାହିନୀ ଶିବିର କରାଯାଇଥିବା ବେଳେ ଯେଉଁ ଜମିରେ ଶିବିର ଅଛି ତାହା ସରକାରୀ ଜମି ଅଟେ, କିନ୍ତୁ ଏହି ଦୁଇ ଗ୍ରାମବାସୀଙ୍କ ସହିତ ଏହି ଜମିର କୌଣସି ସମ୍ପର୍କ ଥିବା ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇ ଥାଇ ପାରେ ବୋଲି ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.