ନୂଆଦିଲ୍ଲୀ ୦୨/୦୬: ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦି ୨୦୨୨ ମସିହାରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଥିଲେ। ଯାହା ଆଜି ବି ଚର୍ଚ୍ଚାରେ । ଜୁଲାଇ ମାସରେ, ଲଳିତ ମୋଦି ସୋସିଆଲ ମିଡିଆରେ ସୁସ୍ମିତା ସେନଙ୍କ ସହ କିଛି ଫଟୋ ସେୟାର କରି ଅଭିନେତ୍ରୀଙ୍କ ସହ ତାଙ୍କର ଡେଟ୍ ଘୋଷଣା କରିଥିଲେ। ଯାହାପରେ ଅନେକ ଗୁଜବ ଆରମ୍ଭ ହୋଇଗଲା। ସୋସିଆଲ ମିଡିଆରେ ସୁସ୍ମିତାଙ୍କୁ ଟ୍ରୋଲ କରାଯାଇଥିଲା, ତାଙ୍କୁ ‘ଗୋଲ୍ଡ ଡିଗର’ ବୋଲି କୁହାଯାଇଥିଲା। ହେଲେ ଏନେଇ ସୁସ୍ମିତା ଚୁପ୍ ରହିଥିଲେ, କିଛିଦିନ ପରେ ସେମାନଙ୍କ ବ୍ରେକଅପ୍ ଖବର ମଧ୍ୟ ସାମ୍ନାକୁ ଆସିଲା । ବିବାଦର ଚାରି ବର୍ଷ ପରେ, ଏବେ ଲଳିତ ମୋଦି ଶେଷରେ ତାଙ୍କର ନୀରବତା ଭାଙ୍ଗିଛନ୍ତି।

ହ୍ୟୁମାନ୍ସ ଅଫ୍ ବମ୍ବେ ସହିତ ଏକ ଆଲୋଚନାରେ, ଲଲିତ ମୋଦି ୨୦୨୨ ମସିହାରେ ସୁସ୍ମିତା ସେନଙ୍କ ସହ ସେୟାର କରିଥିବା ଫଟୋ ଏବଂ ସେମାନଙ୍କ ସମ୍ପର୍କକୁ ନେଇ ବିବାଦ ବିଷୟରେ ଆଲୋଚନା କରିଛନ୍ତି। ଲଲିତ କହିଛନ୍ତି, "ସୁସ୍ମିତା ଜଣେ ସୁନ୍ଦର, ସଫଳ ଏବଂ ସ୍ୱନିର୍ମିତ ମହିଳା। ସୁସ୍ମିତାଙ୍କ ପାଖରେ ଯେତିକି ହୀରା ଅଛି ଅନ୍ୟ କାହା ପାଖରେ ନାହିଁ, ଏବଂ ସେ ନିଜେ ସେଗୁଡ଼ିକୁ ଅର୍ଜନ କରିଛନ୍ତି। ତାଙ୍କର ଏକ ହୀରା ଦୋକାନ ମଧ୍ୟ ଥିଲା।“ ଲଳିତ ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ସମ୍ପର୍କରେ ଥିବାବେଳେ, କୋଚିତ୍ କୌଣସି ଆଉଟିଂ ସମୟରେ ସେ ସୁସ୍ମିତାଙ୍କ ଖର୍ଚ୍ଚ ଉଠାଇଛନ୍ତି। ଅଧିକାଂଶ ସମୟରେ ସୁସ୍ମିତା ପେମେଣ୍ଟ କରିଛନ୍ତି। ମୁଁ ତାଙ୍କ ସହିତ ଏକ ରକ୍ଷିତ ପ୍ରେମିକ ପରି ଅନୁଭବ କରୁଥିଲି।

​​​​​​​

ଲଳିତ ଆହୁରି କହିଛନ୍ତି, "ଲୋକେ ତାଙ୍କୁ ଗୋଲ୍ଡ ଡିଗର ବୋଲି କୁହନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ। ଯଦି ଆମ ମଧ୍ୟରୁ କେହି ଜଣେ ଡିଗର, ତେବେ ସେ ହେଉଛି ମୁଁ, ଡାଇମଣ୍ଡ ଡିଗର। ସୁସ୍ମିତା ମୋ ପାଇଁ ବହୁତ ସ୍ୱତନ୍ତ୍ର ଥିଲେ। ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ମୋତେ ଅନେକ ଦିଗରେ ବଢ଼ିବାରେ ସାହାଯ୍ୟ କରିଥିଲେ। ସେତେବେଳେ ସୁସ୍ମିତା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ତାଙ୍କ ସହିତ ମୋର ସମ୍ପର୍କ ବହୁତ ଖାସ୍ ଥିଲା।"

 

ସୁସ୍ମିତାଙ୍କ ସହ ତାଙ୍କ ସମ୍ପର୍କ କାହିଁକି ଆଗକୁ ବଢ଼ିପାରିଲା ନାହିଁ ତାହା ବ୍ୟାଖ୍ୟା କରି ଲଳିତ ମୋଦି କହିଛନ୍ତି, ସେମାନଙ୍କ ମଧ୍ୟରେ ଦୂରତା ଏକ ବଡ଼ ଚ୍ୟାଲେଞ୍ଜ ହୋଇଗଲା। ଲଳିତଙ୍କ ଅନୁସାରେ, ତାଙ୍କର ଏବେ ବି ସୁସ୍ମିତାଙ୍କ ପ୍ରତି ଅପାର ସମ୍ମାନ ଏବଂ ସ୍ନେହ ଅଛି। ଏହା ବ୍ୟତୀତ, ଲଳିତ ସୁସ୍ମିତାଙ୍କୁ ଜଣେ ସିଙ୍ଗଲ୍ ମା ଭାବରେ ପ୍ରଶଂସା ମଧ୍ୟ କରିଛନ୍ତି। ସେ କହିଛନ୍ତି, "ସୁସ୍ମିତା ତାଙ୍କ ଝିଅ ରେନି ଏବଂ ଆଲିସାଙ୍କୁ ଯେଉଁଭଳି ଭାବରେ ପାଳନ କରିଛନ୍ତି ତାହା ପ୍ରଶଂସନୀୟ।" ଏଥିସହିତ ଭାଇରାଲ୍ ପୋଷ୍ଟ ବିଷୟରେ ବି ଲଲିତ କହିଛନ୍ତି, "ମୁଁ ଏହାକୁ ସୁସ୍ମିତାଙ୍କ ସାମ୍ନାରେ ପୋଷ୍ଟ କରିଥିଲି। କିନ୍ତୁ, ସେ ଭାବି ନଥିଲେ ଯେ ମୁଁ ପ୍ରକୃତରେ ଏହାକୁ ପୋଷ୍ଟ କରିବି। ଆମେ ଏକ ବିମାନରେ ଥିଲୁ ଏବଂ କୌଣସି ବିଷୟରେ ଯୁକ୍ତିତର୍କ କରୁଥିଲୁ। ତା'ପରେ ସେ କହିଲେ, 'ତୁମେ ଏହାକୁ ପୋଷ୍ଟ କରିବ ନାହିଁ। ମୁଁ ହସିଲି ବଟନ୍ ଦବାଇଲି।"

ଆହୁରି ପଢ଼ନ୍ତୁ...CM Vijay: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଳା-ଧଳା କୋଟ୍ କାହିଁକି ପିନ୍ଧନ୍ତି ? ସୁଟ୍ ପଛରେ ଲୁଚିଛି ବଡ଼ ସଙ୍କେତ

ଲଳିତ ଆଗକୁ କହିଛନ୍ତି, "ଆମେ ଲ୍ୟାଣ୍ଡ କରିବା ମାତ୍ରେ, ଏହି ଫଟୋଗୁଡ଼ିକ ହଙ୍ଗାମା ସୃଷ୍ଟି କରିଥିଲା, କିନ୍ତୁ ଏଥିରେ କିଛି ଭୁଲ ନଥିଲା। ସୁସ୍ମିତା ମୋତେ ପୋଷ୍ଟ ହଟାଇବାକୁ କହି ନଥିଲେ, କିମ୍ବା ସେ କେବେ ଏହା ବିଷୟରେ ଭାବି ନଥିଲେ। ଏହି ଘଟଣା ପାଇଁ ମୋର କୌଣସି ଅନୁତାପ ନାହିଁ। ଏହି ପୋଷ୍ଟ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିଲା। ମୁଁ ଯାହା କରିଛି ସେଥିପାଇଁ ମୁଁ ଗର୍ବିତ। ଯଦିଓ ମୁଁ ଭୁଲ କରିଥିଲି, ମୁଁ ଏଥିରୁ ଶିଖିଛି।"