ଭୁବନେଶ୍ବର, ୨୬।୧୧ : ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନଙ୍କ ରାଜ୍ୟ ସରକାର ଅଗ୍ରାହ୍ୟ କରିଛନ୍ତି। ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର। ଆସନ୍ତକାଲି ଠାରୁ ଚାକିରିରେ ଯୋଗ ଦେବାକୁ ସୁଜାତାଙ୍କୁ ପରାମର୍ଶ ଦିଆଯାଇଛି।
ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସେ ମେ ୩୧ରୁ ୬ ମାସ ଛୁଟିରେ ଯାଇଥିଲେ । ନଭେମ୍ବର ୨୬ ଯାଏଁ ସୁଜାତା ଛୁଟି ନେଇଥିଲେ । ୬ ମାସ ଚାଇଲ୍ଡ କେୟାର ଲିଭରେ ସୁଜାତା ରହିଥିଲେ । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟି ନେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଏହି ଛୁଟିକୁ ଆଉ ୬ ମାସ ବଢାଇବାକୁ ସେ ସାଧାରଣ ଓ ପ୍ରଶାସନ ବିଭାଗକୁ ଆବେଦନ କରିଥିଲେ । କିନ୍ତୁ ସରକାର ଏହାକୁ ଅଗ୍ରାହ୍ୟ କରିଛନ୍ତି। ନିର୍ବାଚନ ସମୟରେ ମିଶନ ଶକ୍ତିରୁ ଅପସାରଣ କରାଯାଇ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ବ ଦିଆଯାଇଥିଲା ।