ବରଗଡ଼, ୨୯/୦୧: ବରଗଡ଼ ଧନୁଯାତ୍ରାର କିମ୍ବଦନ୍ତୀ କଳାକାର ତଥା ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା ପୁରୁଖା ଅଭିନେତା ସତ୍ୟନାରାୟଣ ପୋଢଙ୍କ ଗୁରୁବାର ପରଲୋକ ହୋଇଛି । ମାସେ ତଳେ ଶେଷ ହୋଇଥିବା ଧନୁଯାତ୍ରାରେ ଚିତ୍ତାକର୍ଷକ ଅଭିନୟ କରିଥିବା ସତ୍ୟନାରାୟଣଙ୍କ ଆକସ୍ମିକ ବିୟୋଗ ଯାତ୍ରାପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି ।
ବରଗଡ଼ ଧନୁଯାତ୍ରାରେ ଦୀର୍ଘ ୫୫ ବର୍ଷ ହେଲା ନନ୍ଦରାଜା ଓ ଯଶୋଦା ଭୂମିକାରେ ପୋଢ଼ ପରିବାରର ସଦସ୍ୟ ବଂଶନୁକ୍ରମିକ ଅଭିନୟ କରି ଆସୁଛନ୍ତି । ଦୀର୍ଘ ୧୭ ବର୍ଷ ହେଲା ସତ୍ୟନାରାୟଣ ଓ ସ୍ତ୍ରୀ ଜ୍ୟୋସ୍ନା ଦନ୍ଦ-ଯଶୋଦା ଭୂମିକାରେ ଅଭିନୟ କରୁଥିଲେ । ସତ୍ୟନାରାୟଣ ଶିକ୍ଷକତା ପେସାରୁ ଅବସର ଗ୍ରହଣ କରିବା ପରେ ଥିବା ଧନୁଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କ ଦେହାନ୍ତରେ ବରଗଡ଼ ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ଅନ୍ୟମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଆହୁରି ପଢ଼ନ୍ତୁ:-ପୁଣି ବଢ଼ିବ ଶୀତ, ୨ ସପ୍ତାହ ଯାଏ ସ୍ବାଭାବିକଠୁ କମ୍ ତାପମାତ୍ରା, କୁହୁଡ଼ି ନେଇ ୩ ଜିଲ୍ଲାକୁ ଓ୍ବେଲୋ ଓ୍ବାର୍ଣ୍ଣିଂ