ଭୁବନେଶ୍ଵର, ୨/୭ : ରିଆଲିଟି ସୋରେ ଛାଡ଼ପତ୍ର ଘୋଷଣା ପରେ ଏବେ ଅଭିନେତ୍ରୀ ଆକାଂକ୍ଷା ଚମୋଲାଙ୍କ ନୂଆ ଡ୍ରାମା। ଲକଅପ୍ ସିଜିନ୍-୨ରେ କଲେ ନୂଆ ଖୁଲାସା। କହିଲେ ମୁଁ ସମଲିଙ୍ଗୀ। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶ୍ରେୟା କାଲରାଙ୍କ ନିକଟରେ ଆକାଂକ୍ଷା ଏହି ଖୁଲାସା କରିଛି। ଯାହାକି ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି।

ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଲକଅପ୍ ସିଜିନ୍-୨ର ଏପିସୋଡ୍ ଦିନକୁ ଦିନ ରୋଚକ ହେବାରେ ଲାଗିଛି। ପ୍ରତି ଏପିସୋଡରେ କିଛି ନା କିଛି ଖୁଲାସା ହେଉଛି। ସମ୍ପର୍କ, ରାଜ୍ ଓ ରଣନୀତିର ଖେଳ ଅଧିକ ରୋଚକ ହେବାରେ ଲାଗିଛି। ଏହି କାର୍ଯ୍ୟକ୍ରମରେ ଇନଫ୍ଲୁଏନ୍ସର ସୁଫି ମୋତିୱାଲାଙ୍କ ସହ କଥା ହେବା ବେଳେ ଶ୍ରେୟା ଆକାଂକ୍ଷାଙ୍କ ବିଷୟରେ ଏହି ଖୁଲାସା କରିଛନ୍ତି।

ସୂଚନା ଥାଉକି, ଲକଅପ୍-୨ର ଗ୍ରାଣ୍ଡ୍ ପ୍ରିମିୟର୍ ଏପିସୋଡରେ ଆକାଂକ୍ଷା ଚମୋଲା ଏକ ବଡ଼ ଖୁଲାସା କରିଥିଲେ। ସ୍ଵାମୀ ଗୌରବଙ୍କ ଠାରୁ ଅଲଗା ରହୁଥିବା କଥା କହିଥିଲେ। ତାଙ୍କ ବିବାହ ବିଚ୍ଛେଦ ସମ୍ପର୍କରେ ଶୁଣି ହୋଷ୍ଟ ଫରାହ ଖାନ, ରିତେଶ ଦେଶମୁଖ, ଏବଂ ତାଙ୍କର ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା। ତେବେ ଆକାଂକ୍ଷା କହିଥିଲେ ଯେ, ଦୁହିଁଙ୍କ ମଧ୍ୟରେ କୌଣସି ଝଗଡ଼ାଝାଟି ହୋଇନାହିଁ, ବାସ୍ ଭବିଷ୍ୟତକୁ ନେଇ ଦୁହିଁଙ୍କ ବିଚାରାଧାର ଅଲଗା। ଏଥିପାଇଁ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଛନ୍ତି।

ଏହି ସୋର ତୃତୀୟ ଏପିସୋଡରେ ଆକାଂକ୍ଷା ବିବାହ ବିଚ୍ଛେଦର ଅସଲ କାରଣ କହିଥିଲେ। ଗୌରବ ପିତା ହେବାକୁ ଚାହୁଁଥିବା ବେଳେ ଆକଂକ୍ଷା ମା ହେବାକୁ ଚାହୁଁ ନଥିବା କହିଥିଲେ। ଏନେଇ ଆକାଂକ୍ଷା କହିଥିଲେ ଯେ, ୯୯ ପ୍ରତିଶତ ଲୋକ ପରିବାର ଆଗକୁ ବଢାଇବାକୁ ଚାହାଁନ୍ତି। ଏଥିରେ ଗୌରବଙ୍କର କୌଣସି ଭୁଲ୍ ନାହିଁ। ତାଙ୍କୁ ପିଲା ବହୁତ ପସନ୍ଦ, ହେଲେ ଗୌରବଙ୍କୁ ସେ ଏହି ଖୁସି ଦେଇପାରିବେନି। କାରଣ ତାଙ୍କ ଭିତରେ ମା ହେଲା ଭଳି ଭାବନା କେବେ ଆସୁ ନାହିଁ।

ଆହୁରି ପଢନ୍ତୁ-ଲାଇମ୍ ଲାଇଟ୍ ପାଇଁ ଗୌରବଙ୍କୁ ନଜଣାଇ ଛାଡ଼ପତ୍ର ଘୋଷଣା କରିଛନ୍ତି ଆକାଂକ୍ଷା, ବଡ଼ ଖୁଲାସା କଲେ ଏହି ଅଭିନେତା...