ନୂଆଦିଲ୍ଲୀ, ୧/୭ : ଲକଅପ୍ ସିଜିନ୍-୨ର ପ୍ରିମିୟରରେ ଦର୍ଶକଙ୍କୁ ଝଟକା। ଅଭିନେତା ଗୌରବ ଖନ୍ନା ଏବଂ ପତ୍ନୀ ଆକାଂକ୍ଷା ଚମୋଲା ଛାଡ଼ପତ୍ର ନେବାକୁ ଯାଉଥିବା ରିଆଲିଟି ସୋରେ ଖୁଲାସା ହୋଇଛି। ଏହି ଖବର ପରେ ସେମାନଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି। ଏନେଇ ଏବେ ଗୌରବଙ୍କ ବନ୍ଧୁ ଅନୁଜ ସଚଦେବା ପ୍ରତିକ୍ରିୟା ରଖିଛନ୍ତି। ଆକାଂକ୍ଷା ରିଆଲିଟି ସୋରେ ଛାଡ଼ପତ୍ର ଖୁଲାସା କରିଥିବା ନେଇ ଗୌରବ ଜାଣିନଥିବା କହିଛନ୍ତି।
'ୟେ ରିସ୍ତା କ୍ୟା କେହଲାତା ହୈ' ର ଅଭିନେତା ଅନୁଜ କହିଛନ୍ତି ଯେ, ଆକାଂକ୍ଷା ଛାଡ଼ପତ୍ର ବିଷୟରେ ଘୋଷଣା କରିବାକୁ ଏକ ରିଆଲିଟି ସୋର ସାହାରା ନେବେ ବୋଲି ଗୌରବ କେବେ ଭାବି ନଥିଲେ। ଦୁହେଁ ଦୀର୍ଘ ୯ ମାସ ହେଲା ଅଲଗା ରହୁଛନ୍ତି ବୋଲି ମଧ୍ୟ ସେ ଜାଣି ନଥିଲେ। ଆକାଂକ୍ଷା ଏନେଇ ଘୋଷଣା କରିବା ପରେ ସେ ଗୌରବଙ୍କ ସହ କଥା ହୋଇଥିଲେ। ଗୌରବ କେବେବି ନିଜ ବ୍ୟକ୍ତିଗତ କଥା ପବ୍ଲିକରେ ଏମିତି ଆଲୋଚନା କରିବାକୁ ପସନ୍ଦ କରନ୍ତିନି।
ସୂଚନା ଥାଉକି, ଲକଅପ୍ ସିଜିନ୍-୨ରେ ଆକାଂକ୍ଷା କହିଥିଲେ ଯେ, ସେ ସ୍ଵାଧିନତା ଚାହୁଁଛନ୍ତି। ଏନେଇ ଅନୁଜ କହିଛନ୍ତି ଯେ, ଏହା ସତ୍ୟ ନୁହେଁ। ଆକାଂକ୍ଷାଙ୍କୁ ଗୌରବ ଖୁବ୍ ଭଲ ପାଆନ୍ତି। ସେ ଯାହା ଚାହାଁନ୍ତି ତାଙ୍କୁ ଦିଅନ୍ତି। ଏଯାଏଁ ଦୁହିଁଙ୍କ ସମ୍ପର୍କକୁ ନେଇ ଗୌରବ କୌଣସି ଖୁଲାସା କରିନାହାଁନ୍ତି। ତେଣୁ ଆକାଂକ୍ଷା ବୋଧହୁଏ ଲାଇମଲାଇଟ୍ ପାଇଁ ଛାଡ଼ପତ୍ର ଘୋଷଣା କରିଥାଇ ପାରନ୍ତି।
ଆହୁରି ପଢନ୍ତୁ- ଲକ୍ ଅପ୍ ସିଜିନ୍-୨ରେ ସୁନୀତାଙ୍କ ବଡ଼ ଖୁଲାସା, କହିଲେ ହିରୋଙ୍କୁ ଅଟକାଇ ହେବନି, ଯେମିତି ଚାଲିଛି, ଚାଲିବାକୁ ଦିଅ...
ଭାରତର ସବୁଠୁ ସାଇଲେଣ୍ଟ ଭିଲେଜ୍,କାହିଁକି ଏଠାରେ ଜନ୍ମ ହେଉଛନ୍ତି ମୁକ ବଧିର..