ଝାରସୁଗୁଡା, ୧୬।୪ : ଝାରସୁଗୁଡ଼ା ଜିଲ୍ଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳପଟିଆ ଠାରେ ବ୍ୟବସାୟୀଙ୍କ ଘରୁ ଚୋରି । ବ୍ୟବସାୟୀ ଦଶରଥ ଶର୍ମାଙ୍କ ଘରେ ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଚୋର। ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।
ପ୍ରବଳ ଗରମ ସହ ଏସି କାମ କରୁନଥିବାରୁ ଦଶରଥଙ୍କ ପରିବାର ଘର ସଦସ୍ୟ ଉପର ମହଲା ରେ ଶୋଇଥିଲେ। ତେବେ ଦଶରଥ ଶର୍ମାଙ୍କ ଘର ପଛ ପଟୁ ଚୋର ମାନେ ଘରେ ପଶିଥିଲେ।ସୁନା ହୀରା ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ପ୍ରାୟ ଚାରୋଟି ସୁନା ଚେନ, ଗୋଟିଏ ହୀରା ସେଟ୍, ୧୦ ରୁ ଉର୍ଦ୍ଧ୍ବ ସୁନା ଇୟରିଂ, ନେକ୍ଲେସ୍ ଚୋରି ହୋଇଥିବା ଘର ମାଲିକ କହିଛନ୍ତି। ତେବେ ଚୋରି ସାମଗ୍ରୀ ର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଏସପି ଉପସ୍ଥିତ ଥିବା ବେଳେ, ଡ଼ଗ ସ୍କ୍ବାର୍ଡ, ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛନ୍ତି। ତିନି ଜଣ ଦୁର୍ବୃତ୍ତ ଦଶରଥ ଶର୍ମା ଙ୍କ ଘର ପଛ ପଟୁ ପଶିବା ନେଇ ସିସିଟିଭିରେ ଦେଖିବାକୁ ମିଳିଛି।