ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା

Published By : Harapriya Sethi | January 8, 2025 2:55 PM

ମାଲକାଲଗିରି,୦୮/୦୧: ମାଲକାନଗିରିରେ ବଡ଼ ଧରଣର ଲୁଟ୍‌ । କାନ୍ଥ ଭାଙ୍ଗି ମୋବାଇଲ୍‌ ଦୋକାନରୁ ଲୁଟିନେଲେ ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ । ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅନେକ ଦାମୀ ମୋବାଇଲ୍‌ ରହିଥିବା ସୂଚନା ମିଳିଛି । 

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ମୋବାଇଲ୍‌ ଦୋକାନ ଓମ୍‌ ମୋବାଇଲ୍‌ କେୟାର । ଏହି ଦୋକାନରୁ ପ୍ରାୟ ଦେଢ କୋଟି ଟଙ୍କାର ଦାମୀ ମୋବାଇଲ୍‌ ଚୋରି ହୋଇଛି । ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗି ଦୋକାନରେ ପଶିଥିଲେ । ଏହାପରେ ଦୋକାନରେ ଥିବା ଆଇଫୋନ୍‌, ସାମସଙ୍ଗ, ଓପୋ, ଭିଭୋ ଆଦି କମ୍ପାନୀର ଦାମୀ ମୋବାଇଲ୍‌ ଲୁଟ୍‌ କରିଥିଲେ । ଯାହାର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଲୁଟ୍‌ ହୋଇଥିବା ବିଷୟରେ ଜାଣି ଦୋକାନର ମାଲିକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରୁଛି ।

ତେବେ ଲୁଟେରାମାନେ ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି । ଏହାବାଦ୍‌ ଅନ୍ୟ ସବୁ ମୋବାଇଲ୍‌ର ଖୋଳ ଦୋକାନ ସାମ୍ନାରେ ଥିବା ଏକ ନିଛାଟିଆ ଜଙ୍ଗଲରେ ପକାଇ ସମସ୍ତ ମୋବାଇଲ ନେଇ ଫେରାର ମାରିଛନ୍ତି ଲୁଟେରା । ସମସ୍ତ ପ୍ୟାକେଟ୍‌କୁ ଜବତ କରି ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏହି ଲୁଟ୍‌ କରିଛି, ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଦୋକାନ ମାଲିକ ଆଶା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.