କେନ୍ଦୁଝର ସଦର,୧୧/୧୧ :  କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଦାପଳଶା ଚନ୍ଦ୍ରଶେଖର ଶିବ ମନ୍ଦିରର ଦାନ ହୁଣ୍ଡିର ତାଲା ତାଡି  ଟଙ୍କା ସବୁ  ରବିବାର ରାତିରେ ଚୋରି ହୋଇଛି । ଖବର ପାଇ ସଦର ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ ଜାରୀ ରଖିଛି। ତେବେ ଗତ ବର୍ଷ ମଧ୍ୟ ସମାମ ଢଙ୍ଗରେ ଏହି ମନ୍ଦିରର ଦାନ ହୁଣ୍ଡିରୁ ଚୋରି ହୋଇଥିଲା । ଏହାକୁ ମିଶେଇ ଦୁଇ ଥର ଚୋରି ହେଲାଣି  କିନ୍ତୁ  ଚୋର ଧରା ପଡୁନି।