ଭଦ୍ରକ,୧।୬ :  ପଲିଥିନ୍ରେ ବନ୍ଧା ହୋଇଥିବା ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି। ମହିଳା ଜଣକ ଧୁଷୁରୀ ଥାନା ଅଧୀନ ପଥରଡିହ ଗ୍ରାମର  ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ କବିତା ବେହେରା। କବିତାଙ୍କୁ ପ୍ରଫୁଲ୍ଲ ହେମଦସ୍ତାରେ ପିଟି ପିଟି ହତ୍ୟା କରି ରେବ ନଦୀରେ ଫିଙ୍ଗିଥିବା ପୁଲିସ ସୂଚନା ଦେଇଛି।

ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତର ରେବ ନଦୀ  କୂଳରେ ଗତ ମାସ ୨୯ ତାରିଖରେ ଅଜଣା ମହିଳାଙ୍କ ମୃତ ଦେହ ମିଳିଥିଲା ।  ଘଟଣା ସ୍ଥଳେ ତିହିଡି ପୁଲିସ ପହଞ୍ଚି ମୃତ ଦେହକୁ ଜବଦ କରି ତଦନ୍ତ କରିବା ସହ ସୋସିଆଲ ମିଡିଆରେ ମହିଳା ଙ୍କ ଫଟୋ ଜାରି କରିଥିଲା । ମହିଳା ଜଣକ ଧୁଷୁରୀ ଥାନା ଅଧୀନ ପଥରଡିହ ଗ୍ରାମର  ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ କବିତା ବେହେରା ବୋଲି ସୂଚନା ମିଳିଥିଲା । ମହିଳାଙ୍କ ଦେହ ରେ କ୍ଷତ ଥିବା ସହ ବିଭିନ୍ନ ସ୍ଥାନରେ ରକ୍ତ ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଥିଲା । ମୃତ ଦେହ ପଲିଥିନ୍ ରେ ବନ୍ଧା ହୋଇଥିବାରୁ ହତ୍ୟା ସନ୍ଦେହ ରେ ତଦନ୍ତ କରି ମହିଳାଙ୍କ ସ୍ୱାମୀଙ୍କୁ  ପୁଲିସ ଅଟକ ରଖିଥିଲା । ତଦନ୍ତ ବେଳେ ସ୍ତ୍ରୀ କବିତା ବେହେରାଙ୍କୁ ହେମଦସ୍ତା ରେ ପିଟି ପିଟି ହତ୍ୟା କରିବା ପରେ ବାଇକ୍ରେ ନେଇ ମୃତଦେହକୁ ରେବ ନଦୀ କୁଳ ରେ ଫିଙ୍ଗି ଦେଇଥିବା ପ୍ରଫୁଲ୍ଲ ବେହେରା ସ୍ୱୀକାର କରିଥିଲା । ଏହି ଘଟଣା ରେ ବ୍ୟବହୃତ ହେମଦସ୍ତା କୁ ଜବତ୍ କରିବା ସହ କ୍ରାଇମ୍ ସିନ କୁ ରିକ୍ରିଏସନ କରିଛି । ତେବେ ଏହି ଘଟଣା ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ତିହିଡି ଥାନାଧିକାରୀଣି ।

ଆହୁରି ପଢନ୍ତୁ : ବଡ଼ବିଲ ବ୍ୟାଙ୍କ ଡକାୟତି ମାମଲା : ଆଉ ୨ ଅଭିଯୁକ୍ତ ଗିରଫ,