କୋଇଡା, ୨୦/୧୧: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ନିକଟସ୍ଥ ବ୍ଲକ୍ ଛକ ରାସ୍ତା କଡ଼ରେ ଥିବା ଏକ ପରିବହନ କାର୍ଯ୍ୟାଳୟରୁ ବନ୍ଧୁକ ମୁନରେ ଲୁଟ୍ । ପରିବହନ କାର୍ଯ୍ୟାଳୟରେ ପଶି ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ପୁଲିସ୍ ପାଟ୍ରୋଲିଂ ଗାଡ଼ି ଦୁର୍ବୃତ୍ତଙ୍କୁ ଅଟକାଇବା ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହେଇନଥିଲା। 

ସୂଚନା ମୁତାବକ, ବୁଧବାର ରାତି ୧୨ ଟାରେ ୭ ରୁ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପରିବହନ କାର୍ଯ୍ୟାଳୟକୁ ପଶି ଆସିଥିଲେ । କାର୍ଯ୍ୟାଳୟରେ ଥିବା ୪ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କାବୁ କରି ନେଇଥିଲେ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପରିବହନ କାର୍ଯ୍ୟାଳୟର କର୍ମଚାରୀଙ୍କଠାରୁ ୩ ଲକ୍ଷରୁ ଅଧିକ ଟଙ୍କା  ଲୁଟି ନେଇଥିଲେ । କାର୍ଯ୍ୟାଳୟର କମ୍ପ୍ୟୁଟର ଭାଙ୍ଗିବା ସହ ଅନ୍ୟ ସିସିଟିଭିକୁ ଅଚଳ କରି ସାଥିରେ ନେଇଯାଇଛନ୍ତି ଦୁର୍ବୃତ୍ତମାନେ । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ କୋଇଡା ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ପହଞ୍ଚି ତନାଘନା କରୁଛି ।