ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବନ୍ଧୁକ ମୁନରେ ଲୁଟ୍, ଛେଳି ବେପାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ

Published By : Prameya | April 17, 2025 2:52 PM

ବାଲିଶଙ୍କରା, ୧୭/୪ : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ୍। ଛେଳି ବେପାରୀଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ତଳସରା ଥାନା ଅନ୍ତର୍ଗତ ତଳସରା ପଞ୍ଚାୟତ ବଗିଆବେର୍ଣ୍ଣି ଘାଟି ନିକଟରେ ଲୁଟ୍ ହୋଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। 

ସୂଚନାନୁଯାୟୀ, ତଳସରା ଥାନା ଅନ୍ତର୍ଗତ ବନଡେଗା ଛେଳି ବଜାରକୁ ରାଜଗାଙ୍ଗପୁରରୁ କିଛି ବେପାରୀ ଛେଳି କିଣିବାକୁ ଏକ କାର୍ ଯୋଗେ ଆସୁଥିଲେ। ବନଡେଗା ପହଞ୍ଚିବା ପୂର୍ବରୁ ତଳସରା ପଞ୍ଚାୟତ ବଗିଆବେର୍ଣ୍ଣି ଘାଟି ନିକଟରେ ୩ଟି ବାଇକ୍‌ରେ ୭ ରୁ ୮ ଜଣ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। କାର୍‌ରେ ବସିଥିବା ଛେଳି ବେପାରୀ ରସିଦ କ୍ୟୁରେସି ଏବଂ ଇସମାଇଲ କ୍ୟୁରେସି ପାଖରୁ ଦୁଇ ଲକ୍ଷ ଏକସ୍ତରୀ ହଜାର ଲୁଟି ନେଇଥିଲେ। ଏନେଇ ୨ ବେପାରୀ ତଳସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ତଦନ୍ତ କରୁଛି। 

ଏହି ଖବରଟିକୁ ପଢନ୍ତୁ-ବୌଦ୍ଧ ଜିଲ୍ଲାରେ ବଡ଼ ଧରଣର ଅଦଳବଦଳ, ଗୋଟିଏ ଦିନରେ ୧୩୮ ପୋଲିସ କର୍ମଚାରୀଙ୍କୁ ବଦଳି କଲେ ଏସପି



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.