ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ପୁଣି ମାତିଲେ ସିନ୍ଧିଚୋର , କବାଟ ତାଡି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

Published By : Suraj Kumar | August 19, 2025 11:15 PM

ଧଉଳି ୧୯।୮ (ଆପ୍ର): କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ସିନ୍ଧିଚୋର l ଧଉଳି ଥାନା ଅଞ୍ଚଳରେ ପୁଣି ସିନ୍ଧିଚୋରୀ ହୋଇଛି l ଘର ମାଲିକ ଘରେ ନଥିବା ସୁଯୋଗରେ ଚୋରୀ କରିଛନ୍ତି ଦୁର୍ବୃତ୍ତ l ଏପରିକି ଉକ୍ତ ଘରେ ଭଡାରେ ରହୁଥିବା ଲୋକଙ୍କୁ ବାହାର ପଟୁ ତାଲା ପକାଇ ଲୁଟିଛନ୍ତି ଲୁଟେରା l   ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଘରେ ପଶି ଆଲମିରା ଲକର ଭାଙ୍ଗି ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି l 

ଖବର ଅନୁଯାୟୀ ଗୋପୀନାଥପୁର ଗ୍ରାମ କଳିଙ୍ଗ ଅଶୋକ ସିଟିରେ ବିଷ୍ନୁପ୍ରିୟା ନାୟକ ରହୁଛନ୍ତି l ୩ ମହଲା ବିଶିଷ୍ଟ ଏହି କୋଠାରେ ପ୍ରଥମ ଓ ତୃତୀୟ ମହଲା ଘର ଭଡା ଲାଗିଥିବା ବେଳେ ଦ୍ଵିତୀୟ ମହଲାରେ ନିଜେ ବିଷ୍ନୁପ୍ରିୟା ପରିବାର ସହ ରହୁଛନ୍ତି l ସୋମବାର ପୁଅର  ସମ୍ବଲପୁର ବୁର୍ଲାରେ ଆଡ଼ମିସନ ଥିବାରୁ ସ୍ୱାମୀ ଓ ପୁଅଙ୍କ ସହ ବିଷ୍ନୁପ୍ରିୟା ସେଠାକୁ ଯାଇଥିଲେ l ମାତ୍ର ତାଙ୍କର ଘରର ମୁଖ୍ୟ ଫାଟକ ତାଲା ଭଙ୍ଗାଯିବା ସହ ଘରର କବାଟର ଲକ ତଡା ଯାଇଥିବା ମଙ୍ଗଳବାର ସକାଳେ ଭଡା ରହୁଥିବା ଶିବାଜୀ ଚରଣ ମହାନ୍ତିଙ୍କ ଠାରୁ  ଖବର ପାଇଥିଲେ l ପରେ ସେ ଟ୍ରେନ ଯୋଗେ ଘରକୁ ଫେରିଥିଲେ l ସେଠାରେ ଘର ଭିତରକୁ ପ୍ରବେଶ କରିବାପରେ ଆଲମିରାର ଲକର ଭଙ୍ଗା ଯିବା ସହ ଜିନିଷ ଗୁଡିକ ଖଟ ଉପରେ ଏଣେ ତେଣେ  ପଡିଥିଲା l ଦୁର୍ବୃତ୍ତମାନେ ପ୍ରଥମ ଓ ଦ୍ଵିତୀୟ ମହଲାରେ ଭଡାରେ ରହୁଥିବା ଲୋକଙ୍କ ଘର ବାହାରପଟୁ ତାଲା ପକାଇଥିଲେ l ପରେ ଶାବଳରେ ଘରର ମୁଖ୍ୟ କବାଟ ତାଡି ଆଲମିରାରୁ ସୁନାଅଳଙ୍କାର ନେଇ ପଳାଇଥିଲେ l ଚୋରୀ ଯାଇଥିବା ସୁନାଅଳଙ୍କାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି l ଅଭିଯୋଗ ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା l ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ସେଠାରେ ଲାଗିଥିବା ସିସିଟିଭି ତଦନ୍ତ କରିଛନ୍ତି l ସେଥିରେ ଏହି ଚୋରୀ ରାତି  ୨ ଟାରୁ  ୩ ଟା ଭିତରେ ହୋଇଥିବା ବେଳେ ୨ ରୁ ୩ ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧିଥିବା ଦେଖାଯାଇଛି  l ପୁଲିସ ଏହି ସିସିଟିଭି ସାହାଯ୍ୟରେ ଲୁଟିଆଙ୍କୁ ଧରିବା ପାଇଁ ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରୁଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.