ପୁରୀ ୨୪/୦୪: ମାଟି ନାହିଁ କି ମୂଳ । ଗଛ କଟା ହେବାକୁ ୧୫ ଦିନ ପ୍ରାୟ ହେଲାଣି । କଟା କାଠ ଗଡ଼ରେ କଅଁଳୁଛି ଗଛ । ରଥ ଖଳାରେ ରହିଥିବା ଫାସୀ କାଠ ଗଡ଼ରେ ଗଛ ଉଠିବା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହାକୁ ଠାକୁରଙ୍କ ଚମତ୍କାରିତା ଭାବନ୍ତି ନିର୍ମାଣକାରୀ ।
ମହାପ୍ରଭୁଙ୍କ ଭୋଇ ସେବକ ତଥା ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି ଠାକୁରଙ୍କ ନିର୍ଦ୍ଦେଶ ବିନା କିଛି ସମ୍ଭବ ନୁହେଁ । ତାଙ୍କ ରଥ କେବଳ ଫାସୀ, ଅସନ, ଧଉରା, ଶିମିଳି ଆଦି କାଠରେ ତିଆରି ହେବା ବିଧି ନିର୍ଦ୍ଦିଷ୍ଟ । ଏସବୁ ଫାସୀ କାଠ ଗଣ୍ଡି । ଗଛ କଟା ହୋଇ ଆସିବା ବହୁ ଦିନ ହେଲାଣି । ତଥାପି ଉକ୍ତ ଗଡ଼କୁ ଠିଆ ବାଗରେ ରଖିଲେ ସେଥିରୁ ପାଣି ବାହାରେ । ଏବେ ଚାଳିରେ ପଡ଼ିଥିବା କିଛି କାଠ ଗଡ଼ରେ ଗଛ ଉଠୁଥିବା ଦେଖିବାକୁ ମିଳିଛି । ଗଡ଼ ଗଡ଼ ହୋଇ ପଡ଼ୁଥିବା କାଠ ଗଣ୍ଡିରେ ପୁଣି ଗଛ ଉଠିବା ଠାକୁରଙ୍କ ଚମତ୍କାରିତା ନୁହେଁ ତ ଆଉ କ’ଣ ବୋଲି କୁହନ୍ତି ସର୍ଦ୍ଦାର ରବି।
ଅଧିକ ପଢ଼ନ୍ତୁ :- ରଥଖଳା ହାଲ୍ଚାଲ୍ : ରଥ ଚାଳିରେ ତୁମ୍ବ, ଶାଳରେ ଅର କଣ୍ଟା ତିଆରି